Latest Odisha News

BREAKING NEWS

ସମଲେଇ ପ୍ରକଳ୍ପ ଲୋକାର୍ପଣ: ୨୭ରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର: ଆସନ୍ତା ୨୭ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେଦିନ ଚତୁର୍ଥ ଶନିବାର ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାକୁ ବନ୍ଦ ଘୋଷାଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀ ପୀଠରେ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ଶୁକ୍ରବାର ଗଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଥିବା ବେଳେ ଶନିବାର ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହାପରେ ରବିବାର ହେତୁ ମଧ୍ୟ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ସୂଚନା ଅନୁସାରେ,  ଓଡ଼ିଶାର  ପ୍ରମୁଖ  ଶକ୍ତି  ପୀଠ ତଥା  ପଶ୍ଚିମ ଓଡିଶାର  ଅଧିଷ୍ଠାତ୍ରୀ  ଦେବୀ  ମା ସମଲେଶ୍ବରୀଙ୍କ  ପୀଠର  ବିକାଶ  ପାଇଁ  କରାଯାଇଥିବା  ସମଲେଇ  ପ୍ରକଳ୍ପର  ଲୋକାର୍ପଣ  ଉତ୍ସବ ଜାନୁୟାରୀ  ୨୭ ତାରିଖରେ  ବିପୁଳ  ଉତ୍ସାହ  ଓ ଭକ୍ତି ଭାବନା  ସହ ଅନୁଷ୍ଠିତ  ହେବ । ଏହି କାର୍ଯ୍ୟକ୍ରମରେ ଭକ୍ତମାନେ  ଆନନ୍ଦର ସହ ଯୋଗଦାନ କରି  ମା’  ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ପ୍ରଦାନ କରିପାରିବେ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୨୭ ତାରିଖ  ଦିନ  ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Leave A Reply

Your email address will not be published.