Latest Odisha News

BREAKING NEWS

ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ,ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି

ଉତ୍ତରାଖଣ୍ଡ : ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ହୋଇପଡ଼ିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଲାଣି । ଏବେବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛିା ସେପଟେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ସେଠାରେ ଶାହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ,ରାଜ୍ୟପାଳ ଲେପ୍ଟ ଜେନରାଲ ଗୁରୁମିତ ସିଂ ଙ୍କ ସହ ମିଶି ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ୭ଶହ କୋଟି ଟଙ୍କା କ୍ଷୟକ୍ଷତି ଆକଳନ କରିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ  ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି । ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି, ୧୧ ରୁ ଅଧିକ ଲୋକ ନିଖୋଜ ଥିବା ଶାହ କହିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୩୫୦୦ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୧୬ ହାଜର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ରାଜ୍ୟରେ ଉଦ୍ଧାର କାର୍ଯ୍ୟପାଇଁ ୧୭ ଏନଡିଆରଏଫ ଟିମ, ୭ଟି ଏସଡିଆରଏଫ ଟିମ, ୧୫ କମ୍ପାନି ପିଏସି ଓ ୫ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରାଜ୍ୟର ୮୦ ପ୍ରତିଶତ ସ୍ଥାନରେ ମୋବାଇଲ ନେଟଓ୍ବାର୍କ କାର୍ଯ୍ୟକ୍ଷମ ହୋଇଛି।

ସେପଟେ ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ବଦ୍ରିନାଥ ଧାମକୁ ଛୋଟ କିମ୍ବା ହାଲୁକା ଯାନବାହନ ଚଳାଚଳ ଆରମ୍ଭ ହେବା ପରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି । ନୈନିତାଲ,ଅଲମୋଡ଼ାକୁ ପ୍ରବେଶ ପଥ ଖୋଲିଦିଆଯାଇଛି ।

 

 

Leave A Reply

Your email address will not be published.