ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେଉଥିବାବେଳେ ଶନିବାର ଦିନ ସେମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ।
ମିଳିଥିବା ସୂଚନାନୁଯାୟୀ ଆଜି ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ଭଗବାନଙ୍କ ବନକଲାଗି ନୀତି ହେବ । ଏହି ଅବସରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଫଳରେ ରାତି ୯ଟା ପରଠାରୁ କିଛି ସମୟ ଲାଗି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ।
ଏହି ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ ଏବଂ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ବୋଲି ସୂଚନା ମିଳିଛି ।
ଆହୁରି ମଧ୍ୟ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି । ହିଙ୍ଗୁଳ, ହରିତାଳ, କେଶର, କଇଁଥ ଅଠା, କସ୍ତୁରୀ ଏବଂ ତେଲର ମିଶ୍ରଣରେ ଏହି ‘ବନକ’ ପ୍ରସ୍ତୁତ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହି ବନକକୁ ଶ୍ରୀଜିଉଙ୍କ ଶ୍ରୀମୁଖ ଶ୍ରୀଙ୍ଗାରରେ ବ୍ୟବହାର କରାଯାଇଥାଏ ବୋଲି ଜଣାପଡିଛି ।
Comments are closed.