Latest Odisha News

BREAKING NEWS

ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା ସ୍ଥଗିତ, ଜାଣନ୍ତୁ କେବେ ହେବ…

ଭୁବନେଶ୍ଵର: ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷାକୁ ସ୍ଥଗିତ ରଖାଗଲା । ଗୃହରକ୍ଷୀ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷା ୨ ଦିନ ଘୁଞ୍ଚିଲା । ଆଜି ବୁଧବାର ହେବାକୁ ଥିବା ପରୀକ୍ଷା ୧୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ଏନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ସୋସିଆଲ୍ ମିଡ଼ିଆ ‘ଏକ୍ସ’ରେ ଏହି ସୂଚନା ସୂଚନା ମିଳିଛି ।

ଆବେଦନକାରୀଙ୍କ ଯାତାୟତ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବୁଧବାର ୭ମ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା । ୧୮ ତାରିଖରେ ସମାନ ସ୍ଥାନ ଓ ସମୟରେ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି । ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷାରେ କୃତୀ ହୋଇଥିବା ସମସ୍ତ ଆବେଦନକାରୀଙ୍କ ଅବଗତି ପାଇଁ ସୋସିଆଲ ମିଡିଆରେ କମିଶନରେଟ୍ ପୋଲିସର ସୂଚନା ।

 

Comments are closed.