ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୮ରେ ରାଜ୍ୟ ବିଜେପି ପକ୍ଷରୁ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ସେ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଗୃହ ମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।
ନାଗରିକ ସଂଶୋଧନ ଆଇନ୍ ସମର୍ଥନରେ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ବିଜେପି ପକ୍ଷରୁ ଏକ ବିଶାଳ ଜନସଭାର ଆୟୋଜନ ହେବ । ଏଥିରେ ୧ ଲକ୍ଷରୁ ଅଧିକ ଲୋକେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେବେ । ସେହିପରି ୨୯ ତାରିଖରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।
ନାଗରିକ ସଂଶୋଧନ ଆଇନ୍ ବା ସିଏଏ ଲୋକସଭାରେ ପାସ୍ ହେବା ପରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ଜନସଭା କାର୍ଯ୍ୟକ୍ରମ ଚାଲିଛି । ଏଥିରେ ବିଭିନ୍ନ ନେତା ଯୋଗ ଦେଇ ସିଏଏ ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ସହ ପଦଯାତ୍ରା ମଧ୍ୟ କରୁଛନ୍ତି ।
BREAKING NEWS
- ଇନ୍ଦିରା ଗାନ୍ଧୀ ପାର୍କରେ ଭୁବନେଶ୍ୱର ମ୍ୟୁଜିକ ସର୍କଲର “ଲଭେବୁଲ ରାଗଜ୍ ଆଧାରିତ ସଂଗୀତ” କାର୍ଯ୍ୟକ୍ରମ ଅନୁଷ୍ଠିତ
- ସାଉଦି ଆରବ ନା ୟୁଏଇ ! କିଏ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ?
- ଭୁବନେଶ୍ୱରରୁ କନ୍ଦରପୁରକୁ ସଂଯୋଗ ହେବ ନୂଆ ରାସ୍ତା
- କଟକରେ ଫାଟିଲା ଗ୍ୟାସ ଲାଇନ, ଲୋକେ ଭୟଭୀତ…
- ବାଂଲାଦେଶକୁ ଆଇସିସିର ଅଲ୍ଟିମେଟମ୍! ଭାରତରେ ଖେଳ, ନଚେତ୍ ରିପ୍ଲେସ…
- ଭୁବନେଶ୍ୱରରେ ଗୁଳିକାଣ୍ଡ ଘଟଣା; ଡି-ବ୍ରଦର୍ସ ଗ୍ୟାଙ୍ଗ୍ ସଦସ୍ୟ ସମେତ ୧୦ ଗିରଫ
- Illegal Cannabis Cultivation: ୨ କୋଟି ଟଙ୍କା ମୂଲ୍ୟର ୯୫ ହଜାରରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ
- ମୋ ବିରୋଧରେ ଷଡଯନ୍ତ୍ର ରଚାଯାଉଛି: ଗୋବିନ୍ଦା
- Spain Train Accident: ଭୟଙ୍କର ଟ୍ରେନ ଦୁର୍ଘଟଣା; ୨୧ ଯାତ୍ରୀ ମୃତ, ଅନେକ ଗୁରୁତର
- BJP National President Election: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଭରିବେ ନୀତିନ ନବୀନ
Comments are closed.