Latest Odisha News

ବ୍ୟାକ୍ ଫ୍ଲିପ୍ ମାରିଲେ ଦିଶା ପଟାନି, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ନିଜ ଫିଲ୍ମ ସହ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ପ୍ରତିଦିନ ନିଜର କିଛି ନା କିଛି ଭିଡିଓ ଇଂଷ୍ଟାଗ୍ରାମରେ ସେୟାର କରିଥାନ୍ତି । ତାଙ୍କର ଏବେ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅଭିନେତା ଟାଇଗର ସ୍ରଫଙ୍କ ଭଳି ବ୍ୟାକ୍ ଫ୍ଲପ୍ ମାରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହୋଇଛିି । ଭିଡିଓଟି ଅପ୍‌ଲୋଡ୍ ହେବାର କିଛି ସମୟ ମଧ୍ୟରେ ହିଁ ୧୩ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି ।

 

View this post on Instagram

 

Back to the grind??

A post shared by disha patani (paatni) (@dishapatani) on

ଦିଶା ପଟାନି ବି-ଟାଉନ୍‌ରେ ନିଜ ଡ୍ୟାନ୍ସ ଓ ଫିଟ୍‌ନେସ୍‌କୁ ନେଇ ବେଶ୍ ଜଣାଶୁଣା । ନିକଟରେ ତାଙ୍କର ଏକ ଫଲ୍ମ ରିଲିଜ ହୋଇଛି, ଯାହାର ନାଁ ରହିଛି ‘ମଲଙ୍ଗ’ । ଏଥିରେ ଦିଶାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଦିଶାଙ୍କ ଅପଜିଟ୍‌ରେ ଅଛନ୍ତି ଆଦିତ୍ୟ ରାୟ କପୁର ।

Leave A Reply

Your email address will not be published.