Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ

ପୁରୀ: ଭିଜିଲାନ୍ସ ମାଲରେ ପୋଲିସ ବାବୁ । ଲାଂଚ ନେଇ ଧରାପଡିଲେ ପୁରୀ ଟାଉନ ଥାନା ଏଏସ୍‌ଆଇ ବିରଂଚି ରାଉଳ । ସେ ଶନିବାର ୩ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ସୂଚନା ମୁତାବକ, ଏକ ମାମଲାରେ ଚାର୍ଜସିଟ୍‌ରୁ ନାଁ ହଟାଇବା ପାଇଁ ବିଜୟ କୁମାର ଖୁଂଟିଆ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଂଚ ମାଗିଥିଲେ । ଏହି ସମୟରେ ଖବର ପାଇ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରି ଏଏସ୍‌ଆଇ ବିରଂଚି ରାଉଳଙ୍କୁ ଗିରଫ କରିଥିବା ଜଣାପଡିଛି । ତାଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.