Latest Odisha News

BREAKING NEWS

ଏହି ଘରୋଇ ଉପଚାର ମାଧ୍ୟମରେ ଭଲ କରନ୍ତୁ ଆଜ୍ମା ରୋଗ !

ଭୁବନେଶ୍ୱର: ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଲେ ଆରମ୍ଭ ହୁଏ ଆଜ୍ମା ଗୋଗୀଙ୍କ କଷ୍ଟ। ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ।

ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆଜ୍ମା ରୋଗ ହୋଇଥାଏ। ଏହି ରୋଗ ହେଲେ ରୋଗୀକୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ।

ଆଜ୍ମାର ଲକ୍ଷଣ

ବାରମ୍ୱାର ଶ୍ୱାସ ନଳୀରେ କଫ ଜମା ହେବା ଏବଂ ଏଥି ଯୋଗୁ କାଶ ହେବା..

ନିଃଶ୍ୱାସ ନେବା ସମୟରେ କଷ୍ଟ ଓ ଶବ୍ଦ ହେବା..

କଥା ହେବା, ଚାଲିବା ଓ ବସିବା ସମୟରେ ପେଲି ହେବ ଇତ୍ୟାଦି ।

ଏହାର ଘରୋଇ ଉପଚାର

ଅଧା ଲିଟରେ ପାଣିରେ ଗୋଟିଏ ଚାମଚ ମେଥି ପକାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏଥିରେ ଅଦା ରସ ଓ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ।

୪ରୁ ୫ କୋଲା ରସୁଣ ନିଅନ୍ତୁ। କ୍ଷୀରରେ ଏହାକୁ ଫୁଟାନ୍ତୁ ଓ ପିଅନ୍ତୁ। ଏପରି କଲେ ଆଜ୍‌ମା ଦୂର ହେବା ସହିତ ଆଲର୍ଜି ମଧ୍ୟ ହେବ ନାହିଁ।

ଚା’ରେ ଅଦା ଓ ରସୁଣ ପକାଇ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ପିଅନ୍ତୁ। ଏହାଦ୍ୱାରା ଆପଣ ଆଜ୍‌ମାକୁ ନିୟନ୍ତ୍ରଣରେ ରଖିପାରିବେ।

ଗୋଟିଏ ମୁଠା ସଜନା ପତ୍ରକୁ ଦେଢ଼ କପ୍‌ ପାଣିରେ ଫୁଟାନ୍ତୁ। ଏଥିରେ ଅଳ୍ପ ଲୁଣ, ଗୋଲମରିଚ ଓ ଲେମ୍ୱୁ ରସ ମିଶାଇ ପିଅନ୍ତୁ।

ଜୁଆଣିକୁ ପାଣିରେ ପକାଇ ଫୁଟାନ୍ତୁ ଓ ଏହି ପାଣିକୁ ପିଅନ୍ତୁ। ଆଜ୍‌ମା ପାଇଁ ଏହା ଖୁବ୍‌ ଉପକାରୀ।

ଧୂଳି, ମାଟି, ଧୂଆଁ, ସିଗାରେଟ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ। ଏପରି ପରିବେଶରେ ମୁହଁରେ ମାସ୍କ ଲଗାନ୍ତୁ।

Leave A Reply

Your email address will not be published.