Latest Odisha News

BREAKING NEWS

ଖୁବଶିଘ୍ର ବଜାରକୁ ଆସୁଛି ‘ଓପୋ ରେନୋ ୧୦ ଜୁମ୍’ ବାର୍ସେଲୋନା ଏଡ଼ିସନ୍ ମୋବାଇଲ୍

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାର କରୁଥିବା ଫୁଟବଲ୍ ପ୍ରେମୀଙ୍କ ଲାଗି ଖୁସିର ଖବର । ଅନ୍ୟତମ ଅଗ୍ରଣୀ ମୋବାଇଲ୍ ସେଟ୍ କମ୍ପାନୀ ଓପୋ ଫୁଟବଲପ୍ରେମୀଙ୍କ ଲାଗି ଏକ ସ୍ୱତନ୍ତ୍ର ମୋବାଇଲ୍ ବଜାରରେ ବିକ୍ରି ଆରମ୍ଭ କରିବାକୁ ଯାଉଛି । ଆଜି ଓପୋ କମ୍ପାନୀ ତାହାର ଏହି ସଦ୍ୟତମ ପ୍ରଡ଼କ୍ଟ ଲଞ୍ଚ କରିବା ନେଇ ଘୋଷଣା ମଧ୍ୟ କରିଛି ।

ଓପୋ ରେନୋ ୧୦ ଜୁମ୍ ଏଫସି ବାର୍ସେଲୋନା ଏଡ଼ିସନର ଏହି ମୋବାଇଲର ରଙ୍ଗ ରହିଛି ନାଲି ଓ ନୀଳ । ଏଥିରେ ବାର୍ସେଲୋନା ଫୁଟବଲ୍ କ୍ଲବର ମଧ୍ୟ ଏକ ଲୋଗୋ ରହିଛି ।

ଭାରତରେ ଏହି ମୋବାଇଲ ବିଭିନ୍ନ ଦାମରେ ମିଳିବାକୁ ଯାଉଥିବା ବେଳେ ପ୍ରାୟ ୪୭,୯୦୦ ରୁ ଆରମ୍ଭ ହୋଇ ୬୯,୨୦୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

ଏହି ମୋବାଇଲ୍ ଫୋନଟିରେ ସେଲ୍ଫି ଲାଗି ସାଇଡ଼ ସ୍ୱିଂଙ୍ଗ ବ୍ୟବସ୍ଥା ରହିଛି । ଏହାର ଜୁମ୍ କ୍ୟାମେରା ମାତ୍ର ୮ ସେକେଣ୍ଡ ମଧ୍ୟରେ ଫଟୋ ଉତ୍ତୋଳନ ଲାଗି ପ୍ରସ୍ତୁତ ହେଉଛି । ଏହି ଫୋନର କ୍ୟାମେରାରେ ରହିଛି ୫ଟି ପୋଟ୍ରେଟ୍ ମୋଡ଼ । ଏହି ଫୋନଟିରେ ଅତ୍ୟାଧୁନିକ ଭାବେ ୪ଜି ଏଲଟିଇ ୱାଇ-ଫାଇ, ବ୍ଲୁଟୁଥ, ଡୁଆଲ୍ ଜିପିଏସ ଏବଂ ଏନଏଫସି ରହିଛି । ଏହାବ୍ୟତୀତ ୟୁଏସବି ଟାଇପ-ସି ପୋର୍ଟ ସହିତ ୧୩ ମେଗା ପିକ୍ସେଲ ବିଶିଷ୍ଟ ସେକେଣ୍ଡାରୀ ସେନ୍ସର ମଧ୍ୟ ଉପଲବଧ ।

ଓପୋ କମ୍ପାନୀର ଏହି ମୋବାଇଲ୍ ଫୋନଟି ଆସନ୍ତା ଜୁଲାଇ ୨୭ ତାରିଖରେ ଭାରତୀୟ ବଜାରରେ ଉପଲବଧ ହେବାକୁ ଯାଉଛି ।

Leave A Reply

Your email address will not be published.