Latest Odisha News

BREAKING NEWS

ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପାଳନ ବେଳେ ଦୁର୍ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ହୋମଗାର୍ଡ ଧନେଶ୍ୱର ଦାସ ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କନଷ୍ଟେବଳ ବୀରକିଶୋର ଭୋଳ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲେରେ ଭର୍ତ୍ତି କରାଯାଇଛି । ସେଠାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ଭୁବନେଶ୍ୱର ଏମ୍ସ ।

ଆଜି ସକାଳେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପତାକା ଉତ୍ତୋଳନ ପାଇଁ ପୋତା ଯାଇଥିବା ଖୁଣ୍ଟ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ସେମାନେ ଆସିଯାଇଥିଲେ । ଦୁହେଁ ଗୁରୁତର ଆହତ ହୋଇଥିଲେ । ଖୋର୍ଦ୍ଧା ଡାକ୍ତରଖାନାରେ ହୋମଗାର୍ଡ ଧନେଶ୍ୱର ଦାସଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Leave A Reply

Your email address will not be published.