Latest Odisha News

ଶ୍ରୀମନ୍ଦିର ସେବାୟତ ଖାଇବେ ହୋମିଓପାଥି ଔଷଧ

ପୁରୀ: ଶ୍ରୀମନ୍ଦିର ସେବାୟତ ଖାଇବେ ହୋମିଓପାଥି ଔଷଧ । ସୋମନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏହି ଔଷଧ ଦିଆଯିବ । ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିରରେ ଔଷଧ ବଣ୍ଟନ କରାଯିବାର କାର‌୍ୟ୍ୟକ୍ରମ ରହିଛି। ଏନେଇ ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛ ।

ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ଯାଏ ଚାଲିବ ଏହି ହୋମିଓପାଥି ଚିକିତ୍ସା ଶିବିର। ଏହି ଔଷଧ ଦଇତାପତି, ପ୍ରତିହାରୀ, ସୁଆର, ପୂଜାପଣ୍ଡା, ଗରାବଡ଼ୁ ସେବକଙ୍କୁ ଦିଆଯିବ । ୭୪ଜଣ ଦଇତାପତି ସେବାୟତଙ୍କୁ ଆସନ୍ତା ୯ ତାରିଖରେ ଏହି ଔଷଧ ଦିଆଯିବ।

ସେହିପରି ୩୪୫ଜଣ ପ୍ରତିହାରୀ ସେବାୟତଙ୍କୁ ୧୦ ତାରିଖରେ, ୧୧ ତାରିଖରେ ୬୦୦ଜଣ ସୁଆର ଓ ମହାସୁଆର ସେବାୟତଙ୍କୁ ଏହି ଔଷଧ ଦିଆଯିବ। ଅନ୍ୟପକ୍ଷେ ୧୫୪ଜଣ ପୂଜାପଣ୍ଡାଙ୍କୁ ୧୨ତାରିଖରେ, ୩୪ଜଣ ଗରାବଡ଼ୁ ସେବକଙ୍କୁ ୧୩ତାରିଖରେ ଏହି ହୋମିଓପାଥି ଔଷଧ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି।

Comments are closed.