ବେଙ୍ଗାଲୁରୁ: ଭଡା ଘରେ ଦେହବ୍ୟବସାୟ ଚାଲିବା କିଛି ନୂଆ କଥା ନୁହେଁ । ଏବଂ ଏଭଳି କାମ ଚାଲିଥିଲେ ଯିଏ ଏହି ରାକେଟ ଚଳାଉଥାନ୍ତି ସିଏ ତ ଆଇନର ଜାଲରେ ଛନ୍ଦି ହୁଅନ୍ତି କିନ୍ତୁ ସବୁଠି ଅପ୍ରିତିକର ପରିସ୍ଥିତିର ସାମ୍ନା କରନ୍ତି ସଂପୃକ୍ତର ଘରର ମାଲିକ । ଏଭଳି ଏକ ମାମଲାର ରାୟ ଶୁଣାଇ ହାଇକୋର୍ଟ ଗୋଟିଏ ବଡ ରାୟ ଦେଇଛନ୍ତି, ଯେଉଁଥିରେ କୋର୍ଟ କହିଛନ୍ତି, ଭଡା ଘରେ ଦେହବ୍ୟବସାୟ ହେଉଥିବା ବାବଦରେ ଘର ମାଲିକ ଜାଣିନଥିବେ କିମ୍ବା କୌଣସି ସଂପୃକ୍ତି ନଥିବ ତାହେଲେ ମାଲିକ ଦଣ୍ଡିତ ହୋଇପାରିବେ ନାହିଁ ।
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କର୍ଣ୍ଣାଟକ ହାଇକୋର୍ଟ ରାୟ ଏପରି ଏକ ରାୟ ଦେଇଛନ୍ତି । ବିଚାରପତି ଏମ୍. ନାଗପ୍ରସନ୍ନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗୁରୁବାର ଏହି ରାୟ ଦେଇ ବେଙ୍ଗାଲୁରୁର ନଗରଭାବୀ ବାସିନ୍ଦା ପ୍ରଭୁରାଜଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆରକୁ ରଦ୍ଦ କରିଛନ୍ତି। ପ୍ରଭୁରାଜ ସ୍ଥାନୀୟ ପୁଲିସ ଦାଖଲ କରିଥିବା ଏଫ୍ଆଇଆରକୁ ରଦ୍ଦ କରିବା ପାଇଁ କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ ପ୍ରଭୁରାଜଙ୍କ ଘରେ ରେଡ୍ କରିବା ପରେ ଘର ଭଡା ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାପରେ ପ୍ରଭୁରାଜଙ୍କ ଉପରେ ମଧ୍ୟ ମାମଲା ରୁଜୁ କରିଥିଲା। ଦୁଇ ଜଣଙ୍କ ବିରୋଧରେ ପୁଲିସ ମାନବା ଚାଲାଣ କେସ ରୁଜୁ କରିଥିଲା। ପରେ ଘର ମାଲିକ ପ୍ରଭୁରାଜ କୋର୍ଟରେ କହିଥିଲେ ଯେଉଁ ଘରେ ପୁଲିସ ରେଡ୍ କରିଛି ତାହା ତାଙ୍କ ଘର । ସେ ଅନ୍ୟ ଏକ ସ୍ଥାନରେ ରୁହନ୍ତି । ୨୦୧୯ ଡିସେମ୍ବରରେ ସେ ତାଙ୍କ ଘର ଭଡ଼ାରେ ଦେଇଥିଲେ। ୨୦୨୦ ଜାନୁଆରି ମାସରେ ଏହି ଘର ଉପରେ ପୁଲିସ ଚଢ଼ାଉ କରିଥିଲା। ଏହାପରେ ପୁଲିସ ଦେହ ବ୍ୟବସାୟ ରାକେଟର ପର୍ଦ୍ଦାଫାସ କରିଥିଲା। ସେ ଏ ବାବଦରେ କିଛି ଜାଣିନଥିଲେ । ତେଣୁ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ଆଇନଗତ ପ୍ରକ୍ରିୟାକୁ ରଦ୍ଦ କରିବା ବିଚାରପତିଙ୍କୁ ନିବେଦନ କରିଥିଲେ।
ଏହାପରେ ଖଣ୍ଡପୀଠ କହିଥିଲେ ଯଦି ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦିଆଯଏ, ତେବେ ଏହା ଆବେଦନକାରୀଙ୍କ ବିରୋଧରେ ନିର୍ଯାତନା ଏବଂ ଆଇନର ଅପବ୍ୟବହାର ବୋଲି ଖଣ୍ଡପୀଠ କହିଛନ୍ତି।
Comments are closed.