ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆୟୁଧ ସୁଦର୍ଶନ। ଯେକି ଚତୃଦ୍ଧl ମୂର୍ତ୍ତିଙ୍କ ମଧ୍ୟରେ ଅନ୍ୟତମ ସେ ଦଣ୍ଡ ସ୍ୱରୂପ ଓ ରକ୍ତ ବର୍ଣ୍ଣ ଅର୍ଥାତ ଲାଲ ରଙ୍ଗରେ ଶୋଭିତ ଜୀବ (ବଲଭଦ୍ର ) ମାୟା (ସୁଭଦ୍ରା ), ପରମ (ଜଗନ୍ନାଥ )ଙ୍କ ପାର୍ଶ୍ଵରେ କାଳ (ସମୟ )ସ୍ୱରୂପ ସୁଦର୍ଶନ ବିରାଜିତ। ବ୍ରହ୍ମ ତତ୍ତ୍ୱରେ ସ୍ୱୟଂ ଈଶ୍ୱର ଓ ଆୟୁଧ ଉଭୟ ସମାନ ବା ବ୍ରହ୍ମ। ତେଣୁ ତ୍ରେତୟା ଯୁଗରେ ଭଗବାନଙ୍କ ଶ୍ରୀବିଗ୍ରହ ରକ୍ତ ବର୍ଣ୍ଣ ଓ ଚତୃବାହୁ ଥିଲେ ତ୍ରେତୟାରେ ମଧ୍ୟ ପ୍ରଭୁ ବିଷ୍ଣୁ, ସର୍ବଦେବ, ପୃଷ୍ପୀଗର୍ଭ, ବୃଷାକପି, ଜୟନ୍ତ ଓ ଉରୁଗା୍ୟ ଆଦି ନାମରେ ପୂଜିତ ହେଉଥିବା ଶାସ୍ତ୍ର ବର୍ଣ୍ଣନା କରେ। ତ୍ରେତୟା ଯୁଗରେ ପ୍ରଭୁଙ୍କର ଦ୍ବିରାମ ଅବତାର। ଜଣେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଓ ଆଉ ଜଣେ କ୍ଷତ୍ରୀୟ ବିନାଶକାରି ପର୍ଶୁରାମ। ତ୍ରେତୟା ଯୁଗର ମୁଖ୍ୟ କର୍ମ ଯଜ୍ଞ ଉଭୟଙ୍କର ମୁଖ୍ୟ ଥିଲା।
ଭୃଗୁବଂଶଜ ବ୍ରାହ୍ମଣ ଥିଲେ ପ୍ରଭୁ ପର୍ଶୁରାମ ତେଣୁ ଯଜ୍ଞ ତାଙ୍କର କର୍ମ ଥିଲା, ରଘୁକୂଳ ତିଳକ ଶ୍ରୀରାମଙ୍କ ମୁଖ୍ୟ କର୍ମ ଥିଲା ଯଜ୍ଞ ରକ୍ଷା, ସେ ବନବାସ ସମୟରେ ବିଶ୍ଵାମିତ୍ର ରୁଷିଙ୍କ ଯଜ୍ଞ ରକ୍ଷା ପାଇଁ ତlଡକା ଓ ସୁବାହୁ ରାକ୍ଷସକୁ ବଦ୍ଧ କରିଥିଲେ। ଶେଷରେ ଅଶ୍ଵମେଧ ଯଜ୍ଞ ମଧ୍ୟ କରିଥିଲେ।ଶ୍ରୀରାମଙ୍କ ଅପେକ୍ଷା ପର୍ଶୁରାମଙ୍କ ରକ୍ତବର୍ଣ୍ଣ ସହ ଅଧିକ ସମ୍ପର୍କ ଥିଲା ପିତାଙ୍କ ମାନ ରକ୍ଷା ପାଇଁ ସେ ଏକୋଇଶି ଥର ପୃଥିରୁ କ୍ଷତ୍ରୀୟ ବିନାଶ କରିଥିଲେ। ବ୍ରହ୍ମପୁତ୍ର ନଦୀ ରକ୍ତ ରଂଜିତ ହୋଇଥିଲା। ତେଣୁ ସେ ଭୃଗୁବଂଶର ଅଗ୍ନି ରୂପେ ପରିଚିତ ଥିଲେ ଶ୍ରୀମଦ ଭାଗବତ ଅନୁସାରେ “ନିଃକ୍ଷତ୍ରୀୟାମକୃତ ଗାଂ ଚ ତ୍ରି୍ସପ୍ତକୃତ୍ୱେ, ରମସ୍ତୂ ହୈହୟକୁଳାପ୍ୟୟ ଭାର୍ଗବlଗ୍ନି ।”
ସେହିପରି ପିତୃସତ୍ୟ ପାଳନ ପୂର୍ବକ ପ୍ରଭୁ ଶ୍ରୀରାମ ରାଜତ୍ୱର ଗୌରବକୁ ପରିହାର କରି ସାଧାରଣ ବନବାସୀ ରୂପେ ସଂସାର ଉଦ୍ଧାର କାର୍ଯ୍ୟରେ ବ୍ରତୀ ହୋଇ ଶେଷରେ ରାବଣ ବଦ୍ଧ କରିଥିଲେ। ତେଣୁ ଭାଗବତ କହେ “ତ୍ୟକତ୍ୱା ସୁଦୁସ୍ତ୍ୟଜ ସୁରେପସୀତ ରାଜ୍ୟଲଷ୍ମୀଂ, ଧରମିଷ୍ଠ ଆର୍ଯ୍ୟବଚସା ଯଦଗାଦରଣ୍ୟଂ, ଭକ୍ତନ୍ଵହଂ ପ୍ରଣତପାଳୋ ଭବାଦବୋଧିପୋତ ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦମ ।”
ଆଜି ତ୍ରେତୟାର ଏହି ଦୁଇ ମହାନ ଅବତାରଙ୍କୁ ପ୍ରଣାମ ଜଣାଇ, ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଏତିକି ପାର୍ଥନା କରିବା “ଜୟ ଜୟ ଜଗନ୍ନାଥ ନୀଳଗିରି ପତି, ଅଭିନଵ ଜଳଧର ସୁନ୍ଦର ମୂରତି ହେ । ”
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )