Latest Odisha News

BREAKING NEWS

ତେଲ ଡିପୋରେ ଲାଗିଗଲା ନିଆଁ

ଦୁବାଇ: ଶୁକ୍ରବାର ସାଉଦି ଆରବର ଏକ ତେଲ ଡିପୋରେ ନିଆଁ ଲାଗିଯିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ୟେମେନର ହୁତି ବିଦ୍ରୋହୀମାନେ ଏପରି ଅଗ୍ନିକାଣ୍ଡ ଘଟାଇଛନ୍ତି ବୋଲି ଦାବି କରିଛନ୍ତି। ଏହି ଅଗ୍ନିକାଣ୍ଡ ଫର୍ମୁଲା ୱାନ ରେସିଂ ଟ୍ରାକ ନିକଟରେ ଘଟିଥିଲା । ଦୁର୍ଘଟଣାସ୍ଥଳରୁ ଏଫଓ୍ୱାନ ରେସିଂ ଟ୍ରାକ ଅଳ୍ପ ଦୂରରେ ଥିଲା।

ଅଗ୍ନିକାଣ୍ଡର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିମଧ୍ୟରୁ ତେଲ ଡିପୋରେ ଲାଗିଥିବା ନିଆଁର ଧୂଆଁ  ଆକାଶକୁ ଛୁଇଁଯାଉଥିବା ଦେଖିବାକୁ ମିଳିଛି। ନିଆଁ ଲାଗିବା ପୂର୍ବରୁ କିନ୍ତୁ ବଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ଦେଖିବାକୁ ମିଳଛି।

ଖବର ସରବରାହ ସଂସ୍ଥା ଆସୋସିଏଟେଡ୍ ପ୍ରେସର ରିପୋର୍ଟ ଅନୁଯାୟୀ ସାଉଦି ଆରବର ତେଲ କମ୍ପାନୀରେ ଅଗ୍ନିକାଣ୍ଡ ନେଇ ସାଉଦି ଆରେମକୋ ଏବଂ ସାଉଦି ସରକାର ଖବର ଲେଖାହେବା ସୁଦ୍ଧା କୌଣସି ବିବୃତ୍ତି ଦେଇନାହାଁନ୍ତି। ରବିବାର ୟେଦାଠାରେ ସାଉଦି ଆରବ ଗ୍ରାଣ୍ଡ ପ୍ରିକ୍ସ ଫର୍ମୁଲା ଏକ ରେସିଂ ରହିଛି। ରେସିଂ ଟ୍ରାକଠାରୁ ଅଳ୍ପ ଦୂରରେ ଥିବା ଏକ ତେଲ ଡିପୋରୁ ଧୂଆଁ ଉଠୁଥିବା ପ୍ରଥମେ ଜଣେ ଫଟୋ ଜର୍ଣ୍ଣାଲିଷ୍ଚ ଦେଖିଥିଲେ।

F1 ରେସିଂର ଆୟୋଜକ ବିବୃତ୍ତି ଜାରି କରି କହିଛି ଯେ ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବେ।

Leave A Reply

Your email address will not be published.