Latest Odisha News

BREAKING NEWS

ଓଡ଼ିଶାରେ ଖୋଲିବ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ

ଭୁବନେଶ୍ୱର: କରୋନା ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେଉଥିବାବେଳେ ଓଡିଶା ସରକାର ରାଜ୍ୟର ସମସ୍ତ ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜ ଆଜିଠୁ ଖୋଲିବାକୁ ଅନୁମତି ଦେଇଛନ୍ତି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ଯେ କଲେଜ କର୍ତ୍ତୃପକ୍ଷଙ୍କୁ ନିୟମିତ କ୍ଲାସ ଆରମ୍ଭ କରିବାକୁ କୁହାଯାଇଛି।

ଏହା ବ୍ୟତୀତ କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ସହ ମେଡିକାଲ ପରୀକ୍ଷା ଏବଂ ଫଳାଫଳ ପ୍ରକାଶ କରିବାରେ ସମାନତା ରଖିବାକୁ କୁହାଯାଇଛି।

ତେବେ ଚଳିତ ବର୍ଷ ମାର୍ଚ୍ଚରୁ ମେଡିକାଲ କଲେଜ ଗୁଡ଼ିକ ବନ୍ଦ ରହିଥିଲା।

Comments are closed.