Latest Odisha News

ଆଶ୍ରମକୁ ନେଇ ବବିଙ୍କ ଅଡୁଆ ବଢ଼ିଲା

ମୁମ୍ବାଇ: ଆଶ୍ରମ ୱେବସିରିଜ ନେଇ ଅଭିନେତା ବବି ଦେଓଲଙ୍କ ଅହୁଆ ବଢ଼ିଛି । ଯୋଧପୁରର ଏକ କୋର୍ଟ ନିର୍ଦ୍ଦେଶକ ପ୍ରକାଶ ଝା ଓ ବବିଙ୍କୁ ନୋଟିସ ପଠାଇଛି । ମାକ୍ସ ପ୍ଲେୟାରରେ ରିଲିଜ ହୋଇଥିବା ଆଶ୍ରମ ୱେବସିରିଜ ଏହାର ବିଷୟବସ୍ତୁକୁ ନେଇ ଆରମ୍ଭରୁ ବିବାଦରେ ରହିଛି । ଆଶ୍ରମ ମଧ୍ୟରେ ମହିଳାମାନଙ୍କ ପ୍ରତି କିପରି ଯୌନ ଉତ୍ପୀଡନ କରାଯାଉଛି ତାହା ଦର୍ଶାଯାଇଛି । ୧୧ ତାରିଖ ପରେ ଦୁହେଁ କୋର୍ଟଙ୍କ ନୋଟିସର ଜବାବ ରଖିବାକୁ କୁହାଯାଇଛି ।

ୱେବ ସିରିଜର ଦ୍ୱିତୀୟ ପାର୍ଟରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଥିବା ନେଇ ଅଭିଯୋଗ ହୋଇଛି । ଆଶ୍ରମ ୱେବସିରିଜକୁ ଦର୍ଶକମାନେ ବେଶ୍ ପସନ୍ଦ କରୁଛନ୍ତି । ଧର୍ମ ନାଁରେ କିପରି ବାବାମାନେ ସାଧାରଣ ଲୋକମାନଙ୍କୁ ଠକୁଛନ୍ତି ତାହା ଉପରେ ଏହି ୱେବସିରିଜ ନିର୍ମିତ ହୋଇଛି ।

Leave A Reply

Your email address will not be published.