Latest Odisha News

BREAKING NEWS

କରୋନା ଉପରେ ୨୮୦୦ କ୍ଷୁଦ୍ର ଚଳଚ୍ଚିତ୍ର !

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏନଡିଏମସି କନଭେନସନ ସେଣ୍ଟରରେ ଚାଲିଥିବା ଅନ୍ତର୍ଜାତୀୟ କରୋନା ଭାଇରସ୍ କ୍ଷୁଦ୍ର ଫିଲ୍ମ ଫେଷ୍ଟିଭାଲରେ ଦେଶ ବିଦେଶରୁ ଅଂଶଗ୍ରହଣ କରିଛନ୍ତି ୨୮୦୦ ଟି କ୍ଷୁଦ୍ର ଫିଲ୍ମ । ବିଶ୍ୱର ୧୦୮ଟି ଦେଶର ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଏହି ଭିନ୍ନ ଧରଣର ଫିଲ୍ମ ଫେଷ୍ଟିଭାଲରେ ଭାଗ ନେଇଛନ୍ତି । ଗୋଟିଏ ବିଷୟ ଉପରେ ଏତେ ଦେଶରୁ ଏତେ ସଂଖ୍ୟକ ନିର୍ମାତା ଭାଗ ନେବା ଅନନ୍ୟ ପ୍ରତିଭାର ପରିଚୟ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏପରି ଏକ ନିଆରା ଫିଲ୍ମ ଫେଷ୍ଟିଭାଲ କରିଥିବାରୁ ଆୟୋଜକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ଗୋଆରେ ହେବାକୁ ଥିବା ୫୧ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ଆଇଏଫ୍ଏଫଆଇ ଏଥର ହାଇବ୍ରିଡ୍ ଅର୍ଥାତ ଭି୍‌ନ୍ନ ଆକାରରେ ହେବ ବୋଲି ସୂଚନା ଦେଇଛନ୍ତି ଜାଭଡେକର । ଉଦଘାଟନୀ ଓ ଉଦଯାପନୀ ଉତ୍ସବ ପୂର୍ବ ପରି ନିର୍ଦ୍ଧାରିତ ସ୍ଥାନରେ ହେବ । ଏଥର କିନ୍ତୁ ଦର୍ଶକଙ୍କ ସଂଖ୍ୟା କମ୍ ରହିବ । ଆରପଟେ ଲୋକେ ଅନ୍‌ଲାଇନରେ ଏହି ଫିଲ୍ମ ମହୋତ୍ସବକୁ ଉପଭୋଗ କରିପାରିବେ । ଏଥର ଆଇଏଫ୍‌ଏଫ୍ଆଇରେ ୨୧ଟି ଅଣଫିଚର୍ ଫିଲ୍ମ ଭାଗ ନେଉଥିବା ମଧ୍ୟ କହିଛନ୍ତି ଜାଭଡେକର ।

ଜାଭଡେକର କହିଛନ୍ତି, ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାକୁ ମାତ୍ ଦେବା ପାଇଁ ଖୁବ ଶୀଘ୍ର ଟିକା ଆସୁଛି । ମୋଦି ସରକାର ଠିକ୍ ସମୟରେ ଉଚିତ ପପକ୍ଷେପ ନେବାରୁ ଉଚିତ ମୁକାବିଲା କରା ଯାଇପାରିଲା । ଟିକାକରଣ ପର୍ଯ୍ୟନ୍ତ ଏହି ମହାମାରୀ ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏତେ ସଂଖ୍ୟକ ଫିଲ୍ମକୁ ଗୋଟିଏ ମଂଚକୁ ଆଣିପାରିଥିବାରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଓ ଆୟୋଜକଙ୍କୁ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍‌ବାସ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.