Latest Odisha News

BREAKING NEWS

ହନୀ ସିଂଙ୍କୁ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ହତ୍ୟା ଧମକ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ୟୋ ୟୋ ହନୀ ସିଂଙ୍କୁ ମିଳିଛି ହତ୍ୟା ଧମକ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ଦେଇଛି ଏକ ଧମକ । ହନୀ ସିଂ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡରେ ଏହି ଗ୍ୟାଙ୍ଗଷ୍ଟାରର ହାତ ଥିବା ସନ୍ଦେହ କରାଯାଉଛି । କାନାଡାରେ ଲୁଚି ରହିଥିବା ଗୋଲ୍ଡିଙ୍କ ଧମକ ପରେ ହନୀ ସିଂ ଭୟଭୀତ ହୋଇ ପଡିଛନ୍ତି । ଏକ ଭଏସ ମେସେଜ ମାଧ୍ୟମରେ ଏହି ଧମକ ଆସିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରଥମ ଥର ପାଇଁ ମୋତେ ଏ ଭଳି ଧମକ ମିଳିଛି ବୋଲି ଗାୟକ ଜଣଙ୍କ କହିଛନ୍ତି । ମୃତ୍ୟୁ କିଏ ଭୟ ନ କରେ । ମୁଁ ଏବଂ ମୋ ପରିବାର ଲୋକ ଏଥିନେଇ ଚିନ୍ତିତ ହୋଇ ପଡୁଛି ବୋଲି ହନୀ କହିଛନ୍ତି ।

BjdElectrycity

ମେ ୨୯ରେ ସିଦ୍ଧୁ ତାଙ୍କ ଗାଡିରେ ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଫେସବୁକ ପୋଷ୍ଟ ମାଧ୍ୟମରେ ଗୋଲ୍ଡି ଏହି ହତ୍ୟାକାଣ୍ଡ ସହିତ ଜଡିତ ବୋଲି ସୂଚନା ଦେଇଥିଲା । ଗତ ମାସରେ ଗୋଲ୍ଡିଙ୍କ ନାମ କାନାଡା ପୋଲିସ ୨୫ ମୋଷ୍ଟ ୱାଟେଂଡ ତାଲିକାରେ ସାମିଲ କରିଛି । ଲୁଙ୍ଗି ଡ୍ୟାନ୍ସ, ୪ ବୋତଲ ଭୋଡକା ଓ ବ୍ଲୁ ହେ ପାନୀ ଗୀତ ଗାଇ ହନୀ ଯୁବପିଢ଼ୀଙ୍କ ପାଖରେ ବେଶ ଲୋକପ୍ରିୟ ହୋଇ ପଡିଥିଲେ । ଏହା ପରେ ଅସୁସ୍ଥତା କାରଣରୁ ସେ କିଛି ଦିନ ସଙ୍ଗୀତ ଦୁନିଆରୁ ଦୂରେଇ ଯାଇଥିଲେ ।

Leave A Reply

Your email address will not be published.