Latest Odisha News

BREAKING NEWS

ମାଆଙ୍କ ସହ କଠିନ ଯୋଗ କରନ୍ତି କୁନି ଝିଅ, ସାଉଁଟୁଛନ୍ତି ଲୋକଙ୍କ ପ୍ରଶଂସା

ନ୍ୟୁୟର୍କ: କୁହାଯାଏ ଯେ, ସାଧାରଣତଃ ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ଅଧିକାଂଶ ଜିନିଷ ଶିଖିଥାନ୍ତି । ଘରର ଚାଲିଚଣନ ହେଉ ବା ପରମ୍ପରା ସବୁକିଛି ପିଲାମାନେ ଘରୁ ହିଁ ଶିଖିଥାନ୍ତି । ବିଶେଷକରି ମାଆମାନେ ଯାହା କରନ୍ତି ପିଲାମାନେ ତାହାକୁ ଦେଖି ଅଧିକ ଶିଖିଥାନ୍ତି । ଏବେ ଗୋଟେ ଛୋଟ ଝିଅ ସହିତ ମଧ୍ୟ ସମାନ ଘଟଣା ଘଟିଛି, ଯିଏ ତାଙ୍କ ମାଆଙ୍କଠୁ ଦେଖି ଏପରି ଚମତ୍କାର ଯୋଗ କରୁଛନ୍ତି ଯେ, ଯିଏ ଦେଖୁନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଆମେରିକାର ନ୍ୟୁ ଜର୍ସିରେ ରୁହନ୍ତି ମିନି କାସପର୍ଜାକ । ତାଙ୍କ ମାଆ ଜଣେ ଯୋଗ ପ୍ରଶିକ୍ଷକ । ଦୀର୍ଘ ୨୬ ବର୍ଷ ହେଲାଣି ଯୋଗ ଅଭ୍ୟାସ କରି ଆସୁଛନ୍ତି । ପିଲାବେଳୁ ତାଙ୍କ ମାଆ ଯୋଗ କରୁଥିବା ସେ ଦେଖି ଆସୁଛନ୍ତି । ଧୀରେ ଧୀରେ ବଡ଼ ହେବା ସହ ଯୋଗ ପ୍ରତି ଭଲ ପାଇବା ବି ବଢିଲା ମିନିଙ୍କର । ୪ ବର୍ଷ ବୟସରୁ ସେ ମାଆଙ୍କ ସହ ମିଶି ଯୋଗ କରିବା ଆରମ୍ଭ କଲେ ।

ଶୀର୍ଷାସନା, ମୟୂରାସନା ଏବଂ ଚକ୍ରାସନା ପରି କଠିନ ଯୋଗକୁ ସହଜରେ କହି ପାରନ୍ତି ମିନି । ମିନିଙ୍କୁ ବର୍ତ୍ତମାନ ୧୩ ବର୍ଷ ବୟସ । ସେ ନୃତ୍ୟ ଏବଂ ଜିମ୍ନାଷ୍ଟିକ୍ସରେ ମଧ୍ୟ ଅନେକ ଟାଇଟଲ୍ ଜିତିଛନ୍ତି । ଏତେ କମ ବୟସରୁ ଯୋଗ କରିବାର କୌଶଳ ଦେଖି ଲୋକମାନେ ତାଙ୍କ ପ୍ରତିଭାର ପ୍ରଶଂସକ ହୋଇଯାଇଛନ୍ତି । ସେ କିଶୋର ମିସ୍ ଡ୍ୟାନ୍ସ ଟାଇଟଲ୍ ଏବଂ କିଶୋର ମିସ୍ ଆକ୍ରୋବାଟ୍ ଟାଇଟଲ୍ ମଧ୍ୟ ହାସଲ କରିଛନ୍ତି ।

Leave A Reply

Your email address will not be published.