Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ, ଗ୍ରାମ୍ୟ ରାସ୍ତା ପାଇଁ ନବୀନଙ୍କ ଟଙ୍କା ବର୍ଷା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

କ୍ୟାବିନେଟରେ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକୁ ସଂଯୋଗୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ ଅନୁମୋଦନ ମିଳିଛି । ଏହି ଯୋଜନା ପାଇଁ ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୯୭୬ କୋଟି ଟଙ୍କା ବ୍ୟୟ କରାଯାଇ ୩୬୧.୩୪ କିଲୋମିଟର ରାସ୍ତା ନିର୍ମାଣ ହେବ ।

ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହସ୍ତାନ୍ତରିତ ରାସ୍ତା ଗୁଡ଼ିକର ଉନ୍ନତିକରଣକୁ ଅନୁମୋଦନ ମିଳିଛି । ଏଥିରେ ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୯୩ କୋଟି ଟଙ୍କା ବ୍ୟୟ ବରାଦରେ ୧୮୧୪.୯୨ କିଲୋମିଟର ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପର କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ ।

ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ଅଧିନସ୍ଥ ରାସ୍ତା ଗୁଡ଼ିକର ଉନ୍ନତିକରଣ ହେବ । ଏଥିପାଇଁ ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୯୧୮ କୋଟି ବ୍ୟୟ ବରାଦରେ ୫୫୪.୬୭ କିଲୋମିଟର ରାସ୍ତା ନିର୍ମାଣ ଓ ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟ କରାଯିବ ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣକୁ ଅନୁମୋଦନ ମିଳିଛି । ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୧୧୬୦ କୋଟି ଟଙ୍କାର ବ୍ୟବରାଦ ହୋଇଛି । ଯେଉଁଥିରେ ୬୭୩.୪୯ କିଲୋମିଟର ନୂତନ ରାସ୍ତା ତଥା ସେତୁ ନିର୍ମାଣ ସହ ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ ।

Leave A Reply

Your email address will not be published.