Latest Odisha News

BREAKING NEWS

ହଂକଂରେ ଉଡିଲା ଭାରତର ଜାତୀୟ ପତାକା

ହଂକଂ: ବିସ୍ତାରବାଦୀ ନୀତି ଯୋଗୁ ଚୀନ ତାର ସମସ୍ତ ପଡୋଶୀ ସହ ଅଶାନ୍ତି ସୃଷ୍ଟି କରି ସାରିଛି । ଚୀନ ଏବେ ହଂକଂ ଉପରେ ଆଧିବତ୍ୟ ବିସ୍ତାର କରିବାକୁ ଚାହୁଁଛି । ଯାହାକୁ ସ୍ଥାନୀୟ ବାସିନ୍ଦା ସେଠାରେ ତୀବ୍ର ବିରୋଧ କରୁଛନ୍ତି । ଚୀନ ବିରୋଧରେ କରାଯାଇଥିବା ଏକ ବିକ୍ଷୋଭରେ ହଂକଂବାସୀ ଭାରତର ଜାତୀୟ ପତାକା ଧରିଥିବା ଦେଖିବାକୁ ମିଳିଥିଲା । ଚୀନର ଭୁଲ ପଦକ୍ଷେପକୁ ଭାରତ ବିରୋଧ କରୁଥିବାରୁ ଆମେ ତାଙ୍କ ସହ ଅଛୁ । ଭାରତ ଆମର ବନ୍ଧୁ ବୋଲି ସେମାନେ ସ୍ଲୋଗାନ ଦେଇଥିଲେ ।

ଚୀନ ବଳପୂର୍ବକ ଏହି ବିକ୍ଷୋଭକୁ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସୂଚନାଯୋଗ୍ୟ, ଚୀନ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଇଂଲଣ୍ଡ ଏବେ ହଂକଂକୁ ଚୀନକୁ ହସ୍ତାନ୍ତର କରିଛି । ଯାହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି । ସେମାନେ ହଂକଂକୁ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିବା ପାଇଁ ଦାବୀ କରୁଛନ୍ତି ।

Leave A Reply

Your email address will not be published.