Latest Odisha News

ହାଥରସରେ ଗଣମାଧ୍ୟମକୁ ନୋ’ ଏଣ୍ଟ୍ରି

ହାଥରସ: ଉତ୍ତରପ୍ରଦେଶର ହାଥରସ ଗଣ ଦୁଷ୍କର୍ମ ମାମଲା ପ୍ରତି ଦିନ ନୂଆ ମୋଡ଼ ନେଉଛି। ଗୁରୁବାର ଦିନ ଏହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆ ଯାଇଥିବା ବେଳେ ଆଜି ଏହି ଅଞ୍ଚଳକୁ ଗଣମାଧ୍ୟମ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ୟୁପି ପ୍ରଶାସନ।

ଶୁକ୍ରବାର ଦିନ ହାଥରସ ଗାଁ ଚାରିପାଖରେ ପୋଲିସର ଛାଉଣି କରାଯିବା ସହ ସ୍ଥାନୀୟ ଲୋକଙ୍କ ଗତିବିଧି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା।

ନିଜର ପରିଚୟ ଗୋପନ ରଖି ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଜିଲ୍ଲାରେ ଧାରା ୧୪୪ ଲାଗୁ ହେବା ହେତୁ ଏହି ପ୍ରତିବନ୍ଧକ ଲଗାଯାଇଛି ।

ୟୁପିର ମନ୍ତ୍ରୀ ତଥା ସରକାରୀ ମୁଖପାତ୍ର ସିଦ୍ଧାର୍ଥ ନାଥ ସିଂ ଦେଇଥିବା ସୁଚନା ଅନୁସାରେ, ” ତୃଣମୂଳର ଲୋକ ଏହି ଗାଁରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ଏବଂ ସେମାନଙ୍କର ଉଦ୍ଦେଶ୍ୟ କେବଳ ଏହି ପରିସ୍ଥିତିରେ ସେମାନଙ୍କ ଉପସ୍ଥିତି ଜାହିର କରିବା।

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସ ନେତାମାନଙ୍କୁ ଗୁରୁବାର ହାଥରସ ଯିବାକୁ ବାରଣ କରାଯାଇଥିଲା।

Leave A Reply

Your email address will not be published.