Latest Odisha News

BREAKING NEWS

ରାୟଗଡାରେ ଅନରକିଲିଂ ଅଭିଯୋଗ, ତିିନି ମାସ ପରେ ହେଲା ଘଟଣାର ପର୍ଦ୍ଦାଫାଶ

ରାୟଗଡା: ରାୟଗଡାରେ ତିନି ମାସ ତଳେ ହୋଇଥିବା ଏକ ଅନରକିଲିଂର ପର୍ଦ୍ଦାଫାଶ ହୋଇଛି । ଭଉଣୀର ପ୍ରେମିକକୁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ପରେ ସୁରାକ ଲୁଚାଇବାକୁ ଉଦ୍ୟମ କରିଥିଲା ହତ୍ୟାକାରୀ ଭାଇ । କିନ୍ତୁ ତିନି ମାସ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି ।

ସୂଚନା ଅନୁଯାୟୀ ଯେ, କନ୍ଧମାଳର ମନୋରଂଜନ ବଳିଆରସିଂହ ବିଷମ କଟକ ସିନ୍ଧିପକା ଗାଁର ନକୁଳ ଦଣ୍ଡସେନାଙ୍କ ଭଉଣୀକୁ ପ୍ରେମ କରି ଆସୁଥିଲେ । ଯାହାକୁ ନକୁଳଙ୍କ ପରିବାର ବିରୋଧ କରିଆସୁଥିଲେ । ଏପରିକି ମନୋରଂଜନକୁ ଏ ନେଇ ବାରଣ ମଧ୍ୟ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ତେଣୁ ଯୋଜନା ହୋଇଥିଲା ହତ୍ୟାକାଣ୍ଡର ।

ନକୁଳ ଓ ତାଙ୍କର ଦୁଇ ଜଣ ସାଙ୍ଗ ମିଶି ଏହି ହତ୍ୟାକାଣ୍ଡରେ ସାମିଲ ହୋଇଥିଲେ । ପ୍ରଥମେ ମନୋରଂଜନକୁ ଜଙ୍ଗଲକୁ ଡାକି ପ୍ରଥମେ ଗୁଳି କରିବା ପରେ ଛୁରାମାଡ କରିଥିଲେ । ମନୋରଂଜନଙ୍କର ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ଏକ ପଥର ଖୋଲରେ ଲୁଚାଇ ରଖିଥିଲେ । ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.