Latest Odisha News

BREAKING NEWS

ଆଇପିଏଲ ମହାସମର: ଚେନ୍ନାଇକୁ ୧୬ ରନରେ ହରାଇଲା ରାଜସ୍ଥାନ

ସାରଜା : ଆଇପିଏଲ ମହାସମାରୋହର ଚତୁର୍ଥ ଦିନରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୬ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦୁଇ ଅଭିଜ୍ଞ ଖେଳାଳି ଆଜି ରାଜସ୍ଥାନରେ ସାମିଲ ନ ଥିଲେ ସୁଦ୍ଧା ଆଇପିଏଲ ୨୦୨୦ରେ ନିଜର ପ୍ରଥମ ମ୍ୟାଚରେ ହିଁ କମାଲ ଦେଖାଇଛି ଦଳ ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପରକିଙ୍ଗସ୍ । ରାଜସ୍ଥାନର ପକ୍ଷରୁ ସଂଜୁ ସାଇମନ ସର୍ବାଧିକ ୭୪ ରନ କରିଥିବା ବେଳେ ସ୍ମିଥ୍ ୬୯ ରନ କରିଥିଲେ । ଦଳ ୭ ୱିକେଟ ହରାଇ ୨୧୬ ରନ ହାସଲ କରିଥିଲା ।

କିନ୍ତୁ ଧୋନୀ ବାହିନୀ ରାଜସ୍ଥାନକୁ ଟକ୍କର ଦେଇପାରି ନ ଥିଲେ । ସେମାନେ ୭ ୱିକେଟ ହରାଇ ୨୦୦ ରନ କରିବାକୁ ସମର୍ଥ ହୋଇଥିଲେ । ଦଳ ପକ୍ଷରୁ ଡୁପ୍ଲେସିସ୍ ସର୍ବାଧିକ ୭୨ ରନ କରିଥିଲେ । ଦଳରେ ବହୁ ଅଭିଜ୍ଞ ଖେଳାଳି ଥିଲେ ସୁଦ୍ଧା ସ୍କୋର ସେତେଟା ଆଖିଦୃଶିଆ ହୋଇପାରି ନ ଥିଲା ।

Leave A Reply

Your email address will not be published.