Latest Odisha News

ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ବିମାନ ଚଳାଚଳ ପ୍ରସଙ୍ଗ ନେଇ ସିନ୍ଧିଆଙ୍କୁ ଭେଟିଲେ ସାଂସଦ ଅପରାଜିତା

ସାଂସଦ ଅପରାଜିତା ଷଡଙ୍ଗୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି ଅପରାଜିତା । ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ସିଧାସଳଖ ବିମାନ ଉଡାଣକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି। ଏହା ଓଡ଼ିଶାର ଲୋକମାନଙ୍କ ଦୀର୍ଘ ଦିନର ଦାବି ବୋଲି ସେ ବେସାମାରିକ ବିମାନଚଳାଚଳ ମନ୍ତ୍ରୀଙ୍କୁ ଜଣାଇଛନ୍ତି ।ସେପଟେ ମାନ୍ୟବର ମନ୍ତ୍ରୀ ସିନ୍ଧିଆ ଏନେଇ ଅନୁସରଣ କରିବେ ବୋଲି କହିଛନ୍ତି।

ଅନ୍ୟପଟେ ନଭେମ୍ବର ୨ ତାରିଖରୁ ଜୟପୁରକୁ ବିମାନ ଉଡିବା ପ୍ରସଙ୍ଗ ଓ ଅନ୍ୟପଟେ ଡିସେମ୍ବର ୧ ତାରିଖରେ ଗୋଆକୁ ବିମାନ ସେବା ଆରମ୍ଭ ନେଇ ଆଲୋଚନା କରିବା ସହ ଏହି ପ୍ରସଙ୍ଗକୁ ସମର୍ଥନ କରିଥିଲେ ସାଂସଦ ଅପରାଜିତା ।ଭୁବନେଶ୍ୱରରୁ ଏହି ଦୁଇ ମୁଖ୍ୟ ସହରକୁ ବିମାନ ଚଳାଚଳ ହେଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ।  ଭୁବନେଶ୍ୱରରୁ ଜୟପୁର ଏବଂ ଭୁବନେଶ୍ୱରରୁ ଗୋଆ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ଚଳାଚଳକୁ ଅନୁମତି ଦେଇଥିବାରୁ ସେ ମନ୍ତ୍ରୀ ଜ୍ୟୋତିରାଦିତ୍ୟଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

 

Leave A Reply

Your email address will not be published.