Latest Odisha News

BREAKING NEWS

ସଂଯୁକ୍ତ କିଶାନ ମୋର୍ଚ୍ଚାର ପୁରୀ ରେଳଷ୍ଟେସନରେ ରେଳରୋକ

ପୁରୀ: ପୁରୀ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ପୁରୀ ରେଳଷ୍ଟେସନରେ ରେଳରୋକ କରାଯାଇଛି। ତିନି କଳା କୃଷି ଆଇନ ରବ୍ଦ, ସମସ୍ତ କୃଷିଜାତ ଦ୍ରବ୍ୟର ଏମଏସ୍ପି ଦେବା, ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରେ କୃଷକ ଗଣହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ ଦାବିରେ ରେଳରୋକ କରାଯାଇଛି।

ଆନ୍ଦୋଳନରେ କିଷାନ ମୋର୍ଚ୍ଚାର ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ପ୍ରଦୀପ ମହାନ୍ତି, ଭୀମସେନ ସ୍ୱାଇଁ, ଗୋବିନ୍ଦ ମହାପାତ୍ର, ସୂର୍ଯ୍ୟ ରଥ, ମୋହନ ନାଇଡ଼ୁ ଯୋଗଦେଇଥିଲେ। ସେମାନେ କହିଲେ, ମୋଦି ସରକାର କୃଷି ଆଇନ ଆଣି କୃଷକ ତଥା ଖାଉଟିଙ୍କୁ କମ୍ପାନୀ ପାଖରେ ସମର୍ପଣ କରିଦେଲେ। ହୁହୁ ହୋଇ ଦର ବଢ଼ୁଥିବାବେଳେ ସରକାରଙ୍କ ଲଗାମ ନାହିଁ। କରୋନା ଆଳରେ ଦେଶର ସମ୍ପଦକୁ କର୍ପୋରେଟ ହାତରେ ଟେକିଦେଲେ। ଲୋକଙ୍କ ହାତରେ କାମ ନାହିଁ କିମ୍ବା ରୋଜଗାର ନାହିଁ। ପେଟ୍ରୋଲ,ଡ଼ିଜେଲ ଦର ବୃଦ୍ଧି, ଗରିବ ଲୋକଙ୍କଠାରୁ ଟିକସ ଆଦାୟ, ସରକାରଙ୍କ ଘରୋଇ ମଣ୍ଡି ଆଇନ, ଠିକା ଚାଷ ଆଇନ, ଅତ୍ୟାବଶକୀୟ ସାମଗ୍ରୀ ସଂଶୋଧନ ଆଇନ ଜନ ବିରୋଧୀ ଆଦି ନୀତିକୁ ଆଜି ଦେଶବ୍ୟାପୀ ବିରୋଧ ଚାଲିଛି।

ଏଥିରେ ଟୁନା ନାୟକ, ମନୋରଞ୍ଜନ ମହାରଣା, ପୀତବାସ ବେହେରା, ବିଭୁତି ରାଉତରାୟ, ବସନ୍ତ ମହାନ୍ତି, ପ୍ରମୋଦ ବେହେରା, ଜ୍ୟୋତି ପ୍ରକାଶ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave A Reply

Your email address will not be published.