Latest Odisha News

BREAKING NEWS

କେମିତି ଅଛନ୍ତି ବଲିଉଡର ସାମ୍‌ରି ?

ମୁମ୍ବାଇ: ଦିନ ଥିଲା ବଲିଉଡରେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ରିଲିଜ ହେଉଥିଲା । ଖାସ କରି ରାମ୍‌ସେ ବ୍ରଦର୍ସଙ୍କ ପ୍ରଡକ୍ସନ ହାଉସ୍ ହରର ଫିଲ୍ମ ନିର୍ମାଣ କରି ଖୁବ ଟଙ୍କା ଛାପିଥିଲା । ସେହି ହରର୍ ଫିଲ୍ମ ସେକ୍ଟରରେ ସାମରୀ ନାମକ ଏକ କିର୍ଦାର ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ଏହି କିର୍ଦାରରେ ନଜର ଆସିଥିଲେ ବରିଷ୍ଠ ଅଭିନେତା ଅନିରୁଦ୍ଧ ଅଗ୍ରୱାଲ୍ । ରାମ୍‌ସେ ବ୍ରଦର୍ସଙ୍କର କେବଳ ତିନୋଟି ଫିଲ୍ମରେ ଅଭିନୟ କରି ଅନିରୁଦ୍ଧ ଖୁବ ଲୋକପ୍ରିୟ ହୋଇପାରିଥିଲେ ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ଅନିରୁଦ୍ଧ ୧୯୭୪ରେ ସିଭିଲ୍ ଇଂଜିନିଅରର୍ଚ୍ଚେ ପାସ୍ କରିବା ପରେ ଚାକିରୀ କରୁଥିଲେ । ତେବେ ଅଭିନୟ ପ୍ରତି ଦୁର୍ବଳତା ହିଁ ତାଙ୍କୁ ଫିଲ୍ମ ଦୁନିଆ ପ୍ରତି ଆକର୍ଷିତ କରିଥିଲା । ଯାହା ପରେ ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭୟଭୀତ କଲାଭଳି ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ ।

ବିବିସିର ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ଚାକିରୀରୁ ଛୁଟି ନେଇଥିଲେ । ସେହି ସମୟରେ ସେ ରାମ୍‌ସେ ବ୍ରଦର୍ସଙ୍କୁ ଭେଟିଥିଲେ । ଯାହାପରେ ତାଙ୍କୁ ମିଳିଥିଲା ଫିଲ୍ମ ପୁରାନା ମନ୍ଦିରର ଅଫର୍ । ଏହି ଅଫର୍ ପାଇବା ପରେ ସେ ଚାକିରୀ ଛାଡି ଅଭିନୟ କ୍ଷେତ୍ରରେ ନିଜକୁ ନିବେଶ କରିଥିଲେ । ଅନିରୁଦ୍ଧଙ୍କ ଉଚ୍ଚତା ଓ ତାଙ୍କ ଚେହେରା ପାଇଁ ତାଙ୍କୁ ଅଧିକ ମେକଅପ୍ ବି ନେବାକୁ ପଡୁନଥିଲା ।

ଫିଲ୍ମ ପୁରାନା ମନ୍ଦିର ସୁପରହିଟ୍ ହେବା ପରେ ଅନିରୁଦ୍ଧଙ୍କୁ ଲୋକେ ଅନସ୍କ୍ରିନ୍ କିର୍ଦାର ସାମରୀ ରୂପେ ଜାଣିବାକୁ ପାଇଥିଲେ । ପରେପରେ ତାଙ୍କୁ ବନ୍ଦ ଦରୱାଜା ଭଳି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା । ଫିଲ୍ମଗୁଡିକ ଏତେଟା ଚର୍ଚ୍ଚା ସାଉଣ୍ଟିନଥିଲେ ବି କମର୍ସିଆଲି ସୁପରହିଟ୍ ହୋଇଥିଲା । ତେବେ କେବଳ ହିନ୍ଦୀ ଫିଲ୍ମ ନୁହେଁ ବରଂ ଦ ଜଙ୍ଗଲ ବୁକ୍ (୧୯୯୪) ଓ ସଚ୍ ଏ ଲଙ୍ଗ ଷ୍ଟୋରୀ (୧୯୯୮) ଭଳି ହଲିଉଡ ଫିଲ୍ମରେ ବି ତାଙ୍କୁ ସୁଯୋଗ ମିଳିଥିଲା ।

ସମୟାନୁସାରେ ଧୀରେଧୀରେ ଲୋକଙ୍କ ମଧ୍ୟରେ ହରର ଫିଲ୍ମର ଆକର୍ଷଣ କମିବାରେ ଲାଗିଥିଲା । ଏହି କାରଣରୁ ହଲିଉଡରେ ଅଭିନୟ କରିଥିଲେ ବି ଅନିରୁଦ୍ଧଙ୍କୁ ଏତେଟା ଅଫର ମିଳିନଥିଲା । ସେଥିପାଇଁ ସେ ପୁଣିଥରେ ଇଂଜିନିଅରିଂକୁ ନିଜ ପେଶା ଭାବେ ଆପଣେଇଛନ୍ତି ।

Leave A Reply

Your email address will not be published.