Latest Odisha News

BREAKING NEWS

ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳା ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ

ପୁରୀ: ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଅଭାବନୀୟ ଘଟଣା । ଜମିବାଡି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ପଡିଶା ଘରର ପରିବାର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।

ଡେଲାଙ୍ଗରେ ଜଣେ ମହିଳାଙ୍କୁ କିଛି ଯୁବକ ଏକାଠି ହୋଇ ମାଡ ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୋଲିସ ସୁତ୍ରରୁ ଜଣାପଡିଛି ଯେ, ହରିରାଜପୁର ଗାଁର କବିତା ପ୍ରଧାନ, ସ୍ୱାମୀ କାଳନ୍ଦି ପ୍ରଧାନ ଓ ତାଙ୍କ ପୁଅ ,ଝିଅଙ୍କ ଉପରେ ଆଜି ସକାଳ ସାଢେ ୮ ଟାରେ ପଡିଶା ଘରର ଲୋକେ ମିଳିତ ଭାବେ ପାଚେରୀ ଡେଇଁ ପଶିଥିଲେ । କେହି କିଛି ବୁଝିବା ଆଗରୁ ସେମାନେ ଲୁହାଛଡ, ପାଣିପାଇପ, ସାବଳ, କଟୁରୀ ଆଦି ମାରଣାସ୍ତ୍ରରେ କବିତା ଓ ତାଙ୍କ ପରିବାରଙ୍କୁ ଆକ୍ରମଣ କରିଥିଲେ । ଭିଡିଓରେ କବିତାଙ୍କ ଚୁଟି ଘୋଷାରି ଦୁଇ ଜଣେ ଯୁବକ ଟାଣି ନେଉଥିବା ବେଳେ ଅନ୍ୟଜଣେ ମାଡ ମାରୁଥିବା ଦେଖିବାକୁ ମିଳିଛି । ଏସବୁ କବିତାଙ୍କ ଝିଅ ଭିଡିଓ ରେକଡିଂ କରୁଥିବା ଦେଖି ତାଙ୍କୁ ମଧ୍ୟ ମାଡ ମାରିବା ସହିତ ମୋବାଇଲି ଛଡାଇ ନେଇଥିବା ଅଭିଯୋଗ ହୋଇଛି । ମାଡରେ କବିତାଙ୍କ ଗୋଡ ହାତ ଭାଙ୍ଗିଯାଇଥିବା ଜଣାପଡିଛି ।

କବିତାଙ୍କ ପରିବାର ପକ୍ଷରୁ ମାଡ ମାରିଥିବା ପଡୋଶୀ ରତିକାନ୍ତ ପାତ୍ର, ପ୍ରଶାନ୍ତ ପାତ୍ର, ସୁଶାନ୍ତ ପାତ୍ର, ମାନସୀ ପାତ୍ରଙ୍କ ନାମରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ସେପଟେ ଚିକିତ୍ସା ପାଇଁ କବିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହନ୍ତି ।

Leave A Reply

Your email address will not be published.