Latest Odisha News

ଟେଷ୍ଟ ରିପୋର୍ଟରେ ଭୁଲ: କ୍ୱାରେଣ୍ଟାଇନରେ ରହିଲେ ଗୋଟିଏ ପରିବାରର ୮ ବ୍ୟକ୍ତି

ଅମରୋହା: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ମୋରାଦାବାଦ ଡାକ୍ତରଖାନାରେ ଭୁଲ ବଶତଃ ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ ଥିବା ଛାପ ଯାଇଥିଲା । ଯେଉଁଥିପାଇଁ ତାଙ୍କ ପରିବାରର ଆଠ ଜଣ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା।

ଏହି ବ୍ୟକ୍ତି ଜଣକ ଥଣ୍ଡା ଏବଂ ଗଳାରେ ଯନ୍ତ୍ରଣା ଭୋଗୁଥିଲେ, ତେଣୁ ସେ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥିବା ନେଇ ଯାଞ୍ଚ କରିଥିଲେ । ତାଙ୍କ ରକ୍ତ ନମୁନା ଗତ ସପ୍ତାହରେ ପରୀକ୍ଷା ପାଇଁ ଅଲିଗଡ ଲାବୋରେଟୋରୀକୁ ପଠାଯାଇଥିଲା। ତେବେ ଏହି ପରୀକ୍ଷା ରିପୋର୍ଟରେ ଦର୍ଶାଯାଇଥିଲା ଯେ ଉକ୍ତ ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ୍ ।

“ସ୍ଥାନୀୟ ନାଉଗୱାନ ସାଦତ (ଅମରୋହାର ଏକ ସହର)ରେ ଏହି ପରୀକ୍ଷା ରିପୋର୍ଟକୁ ଭୁଲ ଭାବରେ ଛାପାଯାଇଥିଲା । ପୂର୍ବ ରିପୋର୍ଟ ଅନୁଯାୟୀ, ତାଙ୍କ ଠାରେ କୋଭିଡ-୧୯ ପଜିଟିଭ୍ ଦେଖାଯାଇଥିଲା କିନ୍ତୁ ଯେତେବେଳେ ଆମେ ଏହାକୁ ପୁନଃ ପରୀକ୍ଷଣ କଲୁ ତେବେ ବ୍ୟକ୍ତି ଜଣଙ୍କ କରୋନା ନେଗେଟିଭ ବୋଲି ଜଣାପଡିଥିଲା । ଏହା ଏକ ଟାଇପିଂ ଜନିତ ତ୍ରୁଟି ବୋଲି ଜଣାପଡିଥିଲା ​​ବୋଲି ଆମ୍ରୋହା ସିଏମଓ, ମେଘ ସିଂ ଗଣମାଧ୍ୟମକୁ କହିଛନ୍ତି।

ଏହାପରେ ଉକ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

Leave A Reply

Your email address will not be published.