Latest Odisha News

BREAKING NEWS

ଦିଲ୍ଲୀରେ ପିଜା ଡେଲିଭରି ବଏ କୋଭିଡ୧୯ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ଜଣେ ପିଜା ଡେଲିଭରି ବଏଙ୍କଠାରେ କୋଭିଡ୧୯ ପଜିଟିଭ ଚିହ୍ନଟ ପରେ ସାଉଥ ଦିଲ୍ଲୀ ଚିନ୍ତା ବଢିଯାଇଛି । ସେ ପିଜା ଦେଇଥିବା ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଗତ ମଙ୍ଗଳବାର ମାଲବ୍ୟନଗର ଅଂଚଳରେ ଥିବା ଏକ ପିଜା ଦୋକାନର ଜଣେ ଡେଲିଭରି ବଏଙ୍କ ସ୍ୱାବ ନମୁନା କୋବିଡ୧୯ପଜିଟିଭ ବାହାରିବା ପରେ ଏଠାରେ କାମ କରୁଥିବା ଅନ୍ୟ ୧୬ ଜଣ କର୍ମଚାରୀଙ୍କୁ ମାଲିକ କ୍ୱାରେଣ୍ଟାଇନରେ ରହିବା ପାଇଁ ପଠାଇ ଦେଇଥିଲେ । ଏହା ପରେ ସେ ପିଜା ଦେବାକୁ ଯାଇଥିବା ଘରମାନଙ୍କୁ ଚିହ୍ନଟ କରାଯାଇଥିଲା । ସମସ୍ତ ପରିବାରକୁ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା ।

ତେବେ ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସବୁ ଡେଲିଭରି ବୟଙ୍କୁ ମାସ୍କ ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଯେଉଁମାନେ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ଦ୍ୱାର ସଂକ୍ରମଣ ସହଜରେ ରୋକାଯାଇପାରିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.