Latest Odisha News

ଜଳୁଛି ଓଡିଶା, ୪୦ ଉପରେ ୮ ସହର

ଭୁବନେଶ୍ଵର: ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତ ବ୍ୟସ୍ତ ଜନ ଜୀବନ । ଆଜି ୪୦ ଡିଗ୍ରୀ ଉପରେ ୮ ସହରର ତାପମାତ୍ରା ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିର ଓ ସୋନପୁରରେ ୪୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ୪୨.୧ ଡିଗ୍ରୀ, ଭବାନୀପାଟଣା ଓ ନୂଆପଡ଼ାରେ ୪୦.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ, ସମ୍ବଲପୁରରେ ୪୦ ଡିଗ୍ରୀ, କଟକରେ ୩୬ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ୩୮.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଆଉ କିଛି ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୫ଦିନ ପାଇଁ ଉପକୂଳ ଓଡିଶାରେ ଗରମ ଏବଂ ଗୁଳୁଗୁଳି ଅବସ୍ଥା ଜାରି ରହିପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ୩ ଦିନ ଯାଏ ଉଷ୍ମ ଓ ଆଦ୍ର ବାୟୁ ପ୍ରବାହ ନେଇ ମଧ୍ୟ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଦିନର ତାପମାତ୍ରା ୪୦ଡିଗ୍ରୀ ସେଲସିୟସରୁ ଅଧିକ ହୋଇପାରେ। ଆଗାମୀ ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

Comments are closed.