Latest Odisha News

BREAKING NEWS

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଦିଲଜିତ୍‌; କହିଲେ ‘ହଜମ ହେଉନି ଆତ୍ମହତ୍ୟା କରିବା କଥା’

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ଗାୟକ ତଥା ଅଭିନେତା ଦିଲଜିତ ଦୋସନ୍‌ଝ ।

ଦିଲଜିତ୍ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ ଜୀବନରେ ମାତ୍ର ଦୁଇ ଥର ସୁଶାନ୍ତଙ୍କ ସହ ଭେଟ ହୋଇଛି । ସେ ଜିନ୍ଦାଦିଲ୍ ବାଲା ମଣିଷ ଥିଲା । ସେ ଆତ୍ମହତ୍ୟା କରିଥିବା କଥା ବିଲକୁଲ୍ ହଜମ ହେଉନି, ହେଲେ ବି ପୋଲିସ ନିଜ କାମ କରୁଛି । ଆମକୁ କେବଳ ଅପେକ୍ଷା କରିବାକୁ ପଡିବ, ମୋର ଆଶା ସତ ସାମ୍ନାକୁ ଆସିବ ।

ସୂଚନାଯୋଗ୍ୟ, ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ । ଏପରିକି ରିୟା ସୁଶାନ୍ତଙ୍କ ପଇସା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

 

Leave A Reply

Your email address will not be published.