Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ, ୬ ଜଣଙ୍କର ମୃତ୍ୟୁ

ଆନ୍ଧ୍ରପ୍ରଦେଶ: ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିଲେ । ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଭାରସାମ୍ୟ ହରାଇ ଭ୍ୟାନ୍ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭ୍ୟାନରେ ଥିଲେ ୧୫ ଜଣ ଲୋକ । ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରିବା ବାଟରେ ଇଷ୍ଟ ଗୋଦାବରୀ ଜିଲ୍ଲାର ଥଣ୍ଟାକୋଣ୍ଡା ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Leave A Reply

Your email address will not be published.