Latest Odisha News

ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଭସ୍ମୀଭୂତ

ମୋରଡା : ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଭସ୍ମୀଭୂତ ହୋଇଛି । ମୟୁରଭଞ୍ଜ ମୋରଡା ବ୍ଲକ ବଡ଼ମୁଣ୍ଡାବଣିରେ ନିଆଁ ଲାଗି ଜଣକ ଘର ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର କେଦାର ଚନ୍ଦ୍ରଙ୍କ ତିନି ବଖରା ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଯେଉଁଥିରେ ପରିବାରର ଖାଦ୍ୟ ସାମଗ୍ରୀ ସହିତ ଘରର ଆସବାବ ପତ୍ର ଜଳି ପୋଡି ଯାଇଛି ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡ଼ିନାହିଁ ।

ନିଆଁ ଲାଗିବା ଦେଖି ଗାଁର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚିଲା ବେଳକୁ ସବୁ କିଛି ପୋଡି ଯାଇଥିଲା । ପାଖାପାଖି ୧ଲକ୍ଷରୁ ଅଧିକ ତାଙ୍କର ସମ୍ପତି ନଷ୍ଟ ହେଇଯାଇଛି । . ଏବେ ତାଙ୍କ ପାଖରେ ରହିବା ପାଇଁ ଘର ନଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ଏକ ଘର ପ୍ରଦାନ କରାଯାଉବୋଲି ସରକାରଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.