Latest Odisha News

BREAKING NEWS

ରାଜ୍ୟକୁ କେନ୍ଦ୍ର ସହାୟତା ହ୍ରାସ ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା କ୍ରମେ ହ୍ରାସ ପାଉଥିବା ପ୍ରସଙ୍ଗକୁ ଭିତ୍ତିକରି ସୋମବାର ଦିନ ରାଜ୍ୟ ବିଧାନସଭାରେ ଏନେଇ ଚିନ୍ତାପ୍ରକଟ କରାଯାଇଛି ।

ଗୃହର ପ୍ରଶ୍ନକାଳ ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୧୪ତମ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ୱଳ୍ପ ସହାୟତା ରାଶି ପ୍ରଦାନ କରୁଛନ୍ତି ।

ବିଗତ ୫ବର୍ଷ ମଧ୍ୟରେ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ୧.୮୪ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧.୬୬ କୋଟି ଟଙ୍କା ସହାୟତା ଗ୍ରହଣ କରିଛନ୍ତି । ମଞ୍ଜୁର ହୋଇଥିବା ରାଶିରୁ ୧୭,୨୯୯ କୋଟି ଟଙ୍କା କମ୍ ରହିଥିବାର ଅର୍ଥମନ୍ତ୍ରୀ ଗୃହରେ ସୂଚନା ପ୍ରଦାନ କରିଥିଲେ ।

ଗୃହରେ ଅର୍ଥମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ, ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ରାଜ୍ୟ ସରକାରଙ୍କୁ ୯୦:୧୦ ଅନୁପାତରେ କେନ୍ଦ୍ର ଆର୍ଥିକ ସହାୟତା ପ୍ରଦାନ କରିବା କଥା । ମାତ୍ର ଗତ ୪ଟି ଆର୍ଥିକବର୍ଷରେ ରାଜ୍ୟକୁ ୭୫:୨୫ ଅନୁପାତରେ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି, ଯାହାଦ୍ୱାରା ୮ଟି କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା ଏକରକମ ବନ୍ଦ ହୋଇଯାଇଛି ।

ଗୃହକୁ ସୂଚନା ପ୍ରଦାନ କରି ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ବାର୍ଷିକ ଅନୁଦାନର ୧୮୫୪ କୋଟି ଟଙ୍କାର ହ୍ରାସ ହୋଇଥିବା ରାଶି ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ୬୦:୪୦ ଅନୁପାତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଲାଗି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.