ନୂଆଦିଲ୍ଲୀ: ଆମେରିକାରେ ପୁଣି ଏକ ବିମାନ ଦୁର୍ଘଟଣା ଘଟିଛି। ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ଏହି ଦୁର୍ଘଟଣାରେ ଏକାଧିକ କୋଠାରେ ନିଆଁ ମଧ୍ୟ ଲାଗିଥିବା କୁହାଯାଉଛି।
ବିମାନଟି ଏକ ସପିଂ ମଲ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଉତ୍ତର-ପୂର୍ବ ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରୁଥିଲା। ଉଡାଣ ଭରିବାର ଠିକ୍ ୩୦ ସେକେଣ୍ଡ ପରେ ଏହି କ୍ରାସ ହୋଇଛି। ଫଳରେ ଅନେକ କୋଠାରେ ନିଆଁ ଲାଗିବା ସହ ଏକାଧିକ ମୃତାହତ ମଧ୍ୟ ହୋଇଛନ୍ତି। ଏନେଇ ଫିଲାଡ଼େଫ୍ଲିୟା ଅଫିସ ଅଫ ଏମରଜେନ୍ସି ମ୍ୟାନେଜମେଣ୍ଟ ସୋସିଆଲ ମିଡି଼ଆରେ ପ୍ରକାଶ କରିଛି।
ଏହି ଘଟଣା ପଛର କାରଣର ଯାଞ୍ଚ କରାଯିବ । ଏହି ଘଟଣା ସହିତ ଜଡ଼ିତ ଭିଡି଼ଓ ମଧ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ୱାଶିଂଟନ୍ର ରିଗନ ରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ହୋଇଥିବା ଦୁର୍ଘଟଣାର ଦୁଇ ଦିନ ପରେ ଏହି ଦୁର୍ଘଟଣା ହୋଇଛି। ଦୁଇ ଦିନ ପୂର୍ବରୁ ହୋଇଥିବା ଦୁର୍ଘଟଣାରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା।
Comments are closed.