Latest Odisha News

BREAKING NEWS

ଆସନ୍ତୁ ଜାଣିବା ସୀମା ବିବାଦରେ କେଉଁ କେଉଁଠାରେ ଚୀନ ନାକ ପୂରାଇଛି !

ବେଜିଂ: ବିବାଦର ଅନ୍ୟ ନାମ ଚୀନ । ଗଜରେ ନ ହେଲେ ଇଂଚରେ ଜାଗା ଦଖଲ କର ନୀତିରେ ଆଗେଇ ଚାଲିଥିବା ଚୀନ ଏବେ ଚାରିପଟୁ ଷଣ୍ଢୁଆସି ଆକ୍ରମଣରେ ଫସିଯାଇଛି । ଆସନ୍ତୁ ଜାଣିବା ଚୀନ କିପରି ସବୁ ପଡୋଶୀ ଦେଶ ସହିତ ସୀମା ବିବାଦ ଜବରଦସ୍ତ ସୃଷ୍ଟି କରିଛି । ଭାରତ ସହ ବିବାଦ ପ୍ରାୟ ସମସ୍ତଙ୍କୁ ଜଣା । ତେବେ ସାମୁଦ୍ରିକ ସୀମାରେ ତାଇୱାନ, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଫିଲଫାଇନ୍ସ, ଭିଏତନାମ ସହ ଚୀନର ଆଶାନ୍ତି ଲାଗି ରହିଛି ।

ଚାଇନା ସାଗରରେ ଜାପାନ ସହିତ ମୁହାଁମୁହିଁ ହୋଇଛି । ନେପାଳର ହୁମଲା, ରସୁୱବା, ସିନ୍ଧୁପାଲଚୌକ ପରି ସ୍ଥାନରେ ଚୀନ କବଜା କରିଛି । ଦୁର୍ବଳ ଦେଶ ବୋଲି ନେପାଳ ମୁହଁ ଖୋଲିପାରୁ ନାହିଁ । ଭାରତ ସାହାସ ଦେଖାଇବା ପରେ ଧିରେ ଧିରେ ଅନ୍ୟମାନେ ଚୀନକୁ ଘେରିବା ଆରମ୍ଭ କରିଛନ୍ତି । ଅନ୍ୟ ଅର୍ଥରେ ନିଜ ଜାଲରେ ଚୀନ ନିଜେ ପସିଛି ।

Leave A Reply

Your email address will not be published.