Latest Odisha News

BREAKING NEWS

କନ୍ଧମାଳକୁ ମିଳିଲା ଜାତୀୟସ୍ତରୀୟ ସ୍କଚ୍ ଆୱାର୍ଡ

କନ୍ଧମାଳ: ୨୦୨୦ ବର୍ଷ ପାଇଁ ଆସ୍ପିରାସନାଲ ଡିଷ୍ଟି୍ରକ୍ଟ କାଟାଗୋରୀ ଅଧୀନରେ ଜାତୀୟସ୍ତରୀୟ ସ୍କଚ୍ ପୁରସ୍କାର (ସିଲଭର) କନ୍ଧମାଳ ଜିତିଛି ବୋଲି ଜିଲ୍ଲାପାଳ ଡ. ବୃନ୍ଦା ଡି ସୂଚନା ଦେଇଛନ୍ତି।

ମାତୃ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଡେଲିଭରି ଭ୍ୟାନ୍, ବାଇକ୍ ଆମ୍ବୁଲାନ୍ସ ଏବଂ ଜନନୀ ଅଟୋ ଭଳି ଅଭିନବ ପ୍ରକଳ୍ପ ପାଇଁ ଜିଲ୍ଲା ଏଭଳି ସମ୍ମାନଜନକ ପୁରସ୍କାର ପାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମେଡିକାଲରେ ଆସନ୍ନ ପ୍ରସୂତି ମହିଳାଙ୍କୁ ଠିକ୍ ସମୟରେ ପହଞ୍ଚାଇବା ଲାଗି କନ୍ଧମାଳ ଜିଲ୍ଲା ପ୍ରଶାସନ ଡେଲିଭରି ଭ୍ୟାନ୍ ପରି ପଦକ୍ଷେପ ଗ୍ରହଣ କରିଥିଲେ । ଯାହା ରାଜ୍ୟରେ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଥିଲା।

ପ୍ରସବ ପାଇଁ ଉକ୍ତ ଯାନବାହାନରେ ସମସ୍ତ ଆବଶ୍ୟକୀୟ ସୁବିଧା ରହିଛି। ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ ପ୍ରସବକୁ ସୁଗମ କରିବା ପାଇଁ ଅତି କମରେ ଦୁଇଜଣ କର୍ମଚାରୀ ନର୍ସ, ସେବକ, ଏବଂ ଗାଡି ଡ୍ରାଇଭର ସହିତ ଅତ୍ୟାବଶ୍ୟକ ଔଷଧ ଏବଂ ଉପଯୋଗୀ ସାମଗ୍ରୀ ଭ୍ୟାନରେ ରଖାଯାଇଥାଏ।

ଏକ ସ୍ୱାଧୀନ ସଂଗଠନ ଦ୍ୱାରା ପ୍ରଦାନ କରାଯାଇଥିବା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ସ୍କଚ୍ ପୁରସ୍କାର।

Leave A Reply

Your email address will not be published.