Latest Odisha News

BREAKING NEWS

ନିଜ ନାମକରଣକୁ ନେଇ ବିଗ୍‌ ବିଙ୍କ ବଡ ଖୁଲାସା

ମୁମ୍ବାଇ: ଅମିତାଭ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଜଗତର ଏକ ଲୋକପ୍ରିୟ ନାଁ। ତେବେ ଆପଣ ଜାଣନ୍ତି କି ତାଙ୍କର ଏହି ନାମ କିଏ ଦେଲା? ତେବେ ଆପଣ ଭାବୁଥିବେ ନିଶ୍ଚିତ ରୂପେ ତାଙ୍କ ପିତାମାତା ତାଙ୍କ ନାଁ ରଖିଥିବେ। କିନ୍ତୁ ଏହା ସତ ନୁହେଁ। ବିଗ୍‌ ବି ତାଙ୍କ ନାମକରଣକୁ ନେଇ କେବିସି ୧୩ରେ ଖୁଲାସା କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ତାଙ୍କ ନାମକରଣ ତାଙ୍କ ପିତା ନୁହେଁ ବରଂ ପ୍ରସିଦ୍ଧ କବି ସୁମିତ୍ରାନନ୍ଦ ପନ୍ତ ରଖିଥିଲେ।

ସେ କହିଛନ୍ତି ଯେ ତାଙ୍କ ପିତାଙ୍କ ଘନିଷ୍ଠ ବନ୍ଧୁ ଥିବା କବି ସୁମିତ୍ରାନନ୍ଦ ପନ୍ତ ତାଙ୍କର ଏହି ନାମ ଦେଇଛନ୍ତି। ସେ କହିଛନ୍ତି, ସେ (ସୁମିତ୍ରାନ୍ଦାନ୍) ମୋର ନାମକରଣ ସମାରୋହ ପାଇଁ ଘରକୁ ଆସିଥିଲେ, ମୋତେ ଦେଖିଲ ପରେ ସେ ମୋତେ ଅମିତାଭ ନାଁ ଦେଇଥିଲେ।

ବିଂଶ ଶତାବ୍ଦୀର ଅନ୍ୟତମ ପ୍ରସିଦ୍ଧ କବି ଥିଲେ ସୁମିତ୍ରାନନ୍ଦ ପନ୍ତ। ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଡିସେମ୍ବର ୨୮, ୧୯୭୭ ରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ସୁମିତ୍ରାନନ୍ଦଙ୍କ ଦେହାନ୍ତ ହୋଇଥିଲା।

Comments are closed.