Latest Odisha News

BREAKING NEWS

କେମିତି କଟକରୁ ହାଇଦ୍ରାବାଦ ଖସି ଯାଇଥିଲା ହାଇଦର ? କହିଲେ ପୋଲିସ କମିଶନର

କଟକ: ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ ପୋଲିସକୁ ପ୍ରଶଂସା କରିଛନ୍ତି । ପୋଲିସ କମିଶନର ପ୍ରେସମିଟ୍ କରି କହିଛନ୍ତି- ୧୨୦ଘଣ୍ଟାର ଅପରେସନ ପରେ ତେଲଙ୍ଗାନାରୁ ହାଇଦରକୁ ଗିରଫ କରାଯାଇଛି ।

୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜ୍ଜା କାଟୁଛି ହାଇଦର । ଏପ୍ରିଲ ୧୦ତାରିଖ ଅପରାହ୍ଣ ପ୍ରାୟ ୪ଟା ୩ରେ ଏସସିବିରୁ ହାଇଦର ଫେରାର ହୋଇ ଯାଇଥିଲା । ସନ୍ଧ୍ୟା ୭ଟା ପରେ କମିଶନରେଟ ପୋଲିସକୁ ଖବର ମିଳିଥିଲା । ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ କରିଥିଲା । ହାଇଦରର ପୁରୁଣା ସହଯୋଗୀଙ୍କୁ ଯୋଗାଯୋଗ କରିଥିଲୁ ।

୧୧ ତାରିଖରେ ସୂଚନା ମିଳିଥିଲା ହାଇଦର ଆନ୍ଧ୍ର ତେଲେଙ୍ଗାନା ଯିବାର । ୨ଟି ଟିମ୍ ତେଲଙ୍ଗାନା ଯାଇ ତଦନ୍ତ କରିଥିଲେ । ଟେକ୍ନିକାଲ ୱେ’ରେ ପୋଲିସ ହାଇଦରକୁ ଧରିବାରେ ସଫଳ ହୋଇଛି । ଟେକ୍ନିକାଲ ୱେ’ରେ ପୋଲିସ ତା’ର କଣ୍ଟାକ୍ଟ ଟ୍ରେସ୍ କରିଥିଲା । ସଡ଼କ ପଥ ଦେଇ ଆନ୍ଧ୍ର ଯାଇଥିଲା ହାଇଦର । ଗୋଟିଏ ଗାଡ଼ିରେ ହାଇଦର ଫେରାର ନେଇ ସୂଚନା ମିଳିଥିଲା ।

ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନା ଅଧିକାରୀ ଟିମର ନେତୃତ୍ୱ ନେଇଥିଲେ । ତେଲଙ୍ଗାନାରୁ ହାଇଦରକୁ ଗତକାଲି ଗିରଫ ପରେ ଆଜି ତାକୁ ଭୁବନେଶ୍ୱର ଆଣିଥିଲୁ । ହାଇଦରର ୭ ଜଣ ସହଯୋଗୀଙ୍କୁ ପଚରାଉଚରା କରାଯାଉଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.