ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନରେ ପହଞ୍ଚିଚନ୍ତି । ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ମୋଦିଙ୍କ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତର ଦ୍ବିତୀୟ ଦିନ । ଯେଉଁଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ ଏବଂ ଐତିହାସିକ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ମଧ୍ୟ ସ୍ୱାକ୍ଷର କରିବେ। ବ୍ରିଟେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ମହାରାଜା ଚାର୍ଲ୍ସ ତୃତୀୟଙ୍କୁ ମଧ୍ୟ ଭେଟିବେ। ବ୍ରିଟେନ ହେଉଛି ସେହି ଦେଶ, ଯାହାର ଶାସକ ୨୦୦ ବର୍ଷ ଧରି ଭାରତ ଉପରେ ଶାସନ କରିଥିଲେ । ଯାହାକୁ ସେତେବେଳେ ବ୍ରିଟିଶ ରାଜ୍ୟ ବୋଲି କୁହାଯାଉଥିଲା । ଆଉ ଭାରତରେ ଏହାକୁ ଇଂରେଜ ଶାସନ ।
ଇଂରେଜ କବଳରେ ୨୦୦ ବର୍ଷ
୧୮୧୮ ମସିହା ସୁଦ୍ଧା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ନିଜ ଅକ୍ତିଆରକୁ ନେଇସାରିଥିଲା । ପରେ ଅନେକ ଭାରତୀୟ ବୀରଯୋଦ୍ଧାଙ୍କ ବଳିଦାନ ପରେ ୧୯୪୭ ମସିହାରେ ଫିରଙ୍ଗି ଶାସନରୁ ମୁକ୍ତ ହୋଇଥିଲା ଭାରତ । ଇତିହାସରେ ବ୍ରିଟିଶ ରାଜ୍ ଭାବରେ ଜଣାଶୁଣା ବ୍ରିଟିଶ ସାମ୍ରାଜ୍ୟ ୧୯ଶହ ଏବଂ ୨୦ଶହ ଶତାବ୍ଦୀରେ ବିଶ୍ୱର ସବୁଠାରୁ ବଡ଼ ସାମ୍ରାଜ୍ୟ ଥିଲା। ଏହାସହ ବିଶ୍ୱର ପ୍ରାୟ ୫୬ଟି ଦେଶକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଶାସନ କରିଥିଲା। ଭାରତରେ ମୋଗଲ ଶାସନକୁ ଉତ୍ପାଟନ କରିବା ପରେ, ବ୍ରିଟିଶମାନେ ୨୦୦ ବର୍ଷ ଧରି ଭାରତ ଉପରେ ଶାସନ କରିଥିଲେ । ତେବେ କେବଳ ଯେ ଭାରତ ତା ନୁହେଁ, ଭାରତ ପରି, ବ୍ରିଟିଶମାନେ ବିଶ୍ୱର ଅନେକ ଦେଶରୁ ମୁସଲିମ ଶାସକମାନଙ୍କୁ ହଟାଇ ସେମାନଙ୍କର କ୍ଷମତା କବଜା କରିଥିଲେ ।
କେଉଁ କେଉଁ ଦେଶ ଥିଲେ ଦାସ?
୧୬ଶ ଶତାବ୍ଦୀରୁ ୨୦ଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟ ବିସ୍ତାରିତ ହୋଇଥିଲା। ଏହି ସମୟ ମଧ୍ୟରେ, ବ୍ରିଟେନ ବିଶ୍ୱର ବିଭିନ୍ନ ସ୍ଥାନରେ ନିଜର ଶକ୍ତି ସ୍ଥାପନ କରିଥିଲା। ବ୍ରିଟିଶ ଉପନିବେଶଗୁଡ଼ିକରେ ଆମେରିକା ଅନ୍ତର୍ଭୁକ୍ତ ଥିଲା, ଯାହାର ପ୍ରାରମ୍ଭରେ ୧୩ଟି ଉପନିବେଶ, କାନାଡା ଏବଂ ବରମୁଡା ଥିଲା। କାରବିଆନ ଦ୍ୱୀପପୁଞ୍ଜରେ ଜାମାଇକା, ବାରବାଡୋସ, ଭିଲନିୟସ୍ ଏବଂ ଟୋବାଗୋ, ବାହାମାସ୍ ଏବଂ ଅନ୍ୟାନ୍ୟ ଦେଶ ଏହାର ଅନ୍ତର୍ଭୁକ୍ତ ଥିଲା। ଆଫ୍ରିକୀୟ ଦେଶମାନଙ୍କ ବିଷୟରେ କହିବାକୁ ଗଲେ, ନାଇଜେରିଆ, ଘାନା, ଦକ୍ଷିଣ ଆଫ୍ରିକା, କେନିଆ, ମିଶର, ଜିମ୍ବାୱେ ଏବଂ ସୁଡାନ ଭଳି ଅନେକ ଦେଶ ଉପରେ ସେତେବେଳେ ବ୍ରିଟିଶ୍ ରାଜ୍ ଚାଲିଥିଲା ।
ଏହିସବୁ ଦେଶରେ ଏବେବି ଶାସନ…
ଏସିଆନ ଦେଶଗୁଡ଼ିକରେ, ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ମିଆଁମାର, ମାଲେସିଆ, ସିଙ୍ଗାପୁର, ହଂକଂ ବ୍ରିଟିଶ ଅଧୀନରେ ରହିଥିବା ବେଳେ ଓସେନିଆରେ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପ୍ରଶାନ୍ତ ମହାସାଗରରେ ଅନେକ ଦ୍ୱୀପପୁଞ୍ଜକୁ ମଧ୍ୟ ବ୍ରିଟିଶ ଶାସନ କରିଥିଲେ । ଏହା ବ୍ୟତୀତ, ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ଆମେରିକାରେ ମଧ୍ୟ ନିଜର କବଜା ସ୍ଥାପନ କରିଥିଲେ। ବ୍ରିଟେନ ସୋମାଲିଆ, ଇରାନ, ସୁଡାନ, ବାହାମାସ୍, ବାହାରିନ୍, ଉଗାଣ୍ଡା, କେନିଆ, ଫିଜି, ନାଇଜେରିଆ, ଘାନା, ସାଇପ୍ରସ୍, ଜୋର୍ଡାନ, ମାଲ୍ଟା, ଓମାନ, କତାର ଭଳି ଦେଶରେ ନିଜର ମୂଳ ସ୍ଥାପନ କରିଥିଲା । ପରବର୍ତ୍ତୀ ସମୟରେ ଏମାନଙ୍କ ମଧ୍ୟରୁ କିଛି ଦେଶ ବ୍ରିଟିଶ କବଳରୁ ନିକୁ ମୁକ୍ତ କରିଥିଲେ । ହେଲେ ଆଜି ବି ଅନେକ ଦେଶ ଅଛନ୍ତି ଯେଉଁମାନଙ୍କ ଉପରେ ବ୍ରିଟିଶଙ୍କ ନିୟନ୍ତ୍ରଣ ରହିଛି । ୧୫ଟି ରାଜ୍ୟଗୋଷ୍ଠୀ ଅଞ୍ଚଳ, ଆଣ୍ଟିଗୁଆ ଏବଂ ବାରବୁଡା, ଅଷ୍ଟ୍ରେଲିଆ, ବାହାମାସ୍, ବେଲିଜ୍, କାନାଡା, ଗ୍ରେନାଡା, ଜାମାଇକା, ନ୍ୟୁଜିଲ୍ୟାଣ୍ଡ, ପାପୁଆ ନ୍ୟୁଗିନି, ସେଣ୍ଟ କିଟ୍ସ ଏବଂ ନେଭିସ୍, ସେଣ୍ଟ ଲୁସିଆ, ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନାଡାଇନ୍ସ, ସୋଲୋମନ ଦ୍ୱୀପପୁଞ୍ଜ, ଟୁଭାଲୁ ଏବଂ ୟୁକେ ଅନ୍ତଭୁକ୍ତ ।
Comments are closed.