ନୂଆପଡା : ସାରା ରାଜ୍ୟରେ ଏବେ ଜାରି ରହିଛି ପ୍ରବଳ ବର୍ଷା । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା ପାଇଁ ନୂଆପଡା ଜିଲ୍ଲାରେ ଏକ ପୋଲ ଭାସି ଯାଇଛି । ସୁନାବେଡା-ଗାଡିବେଡା ମଧ୍ୟରେ ଥିବା ପୋଲ ବର୍ଷା ପାଣିରେ ଭାସି ଯାଇଛି । ପୋଲ ଭାସିଯିବାରୁ ବାହ୍ୟ ଜଗତରୁ ୧୦ଟି ଗାଁ ବିଛିନ୍ନ ହୋଇଛି । ସେହିପରି ଚେରେଚୁଆଁ-ଜାମଗାଁ ଘାଟିର ମୁଖ୍ୟ ରାସ୍ତାରେ ପାହାଡରୁ ମାଟି ଅତଡା ଖସିଛି । ଏହାସହ ପ୍ରବଳ ବର୍ଷା ପାଇଁ ବଡବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ରାସ୍ତା ଦୀର୍ଘ ସମୟ ଯାଏଁ ସଫା ହୋଇନଥିବାରୁ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ଚାଷୀଙ୍କ ଏକର ଏକର ଫସଲ ଏବେ ବର୍ଷା ପାଣିରେ ଭାସୁଛି ।
ଜିଲ୍ଲାରେ ଗୋଟିଏ ପୋଲ ଭାସିଯାଇଥିବା ବେଳେ ଅନ୍ୟ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ପ୍ରବଳ ମାତ୍ରାରେ ବର୍ଷାଜଳ ପ୍ରବାହିତ ହେବାରୁ ଚାରିଆଡେ ଜଳମଗ୍ନ ହୋଇଛି । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ସ୍ପଷ୍ଟ ଲଘୁଚାପର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଆଉ ଲଘୁଚାପ ହେଲେ ସାରା ରାଜ୍ୟରେ ପୁଣି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
BREAKING NEWS
- BJP MLA Turns Beggar: ୫ ହଜାର କୋଟିର ସମ୍ପତ୍ତି! ହାତରେ ଭିକ୍ଷା ଥାଳି; ଭିକାରୀ ସାଜିଲେ ବିଧାୟକ…
- ୫ ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟ ନେଇ ବଡ଼ ଅପଡେଟ, ୩ ଜଣଙ୍କୁ ରକ୍ତହୀନତା…
- ରାଜଧାନୀରେ ବୁଲୁଛି ଦନ୍ତା…
- ପ୍ରେମିକା ଘର ଆଗରେ ଜଳିଗଲା ପ୍ରେମିକ…
- ଭାରତ ଉପରେ ପଡ଼ିବ ବୋଝ; ୧୦୦% ଟାରିଫ୍ ଲଗାଇପାରେ ଆମେରିକା!
- ପୁଣି ଟାରିଫ୍ ଲଦିବ କି ଆମେରିକା ? US ହାଉସରେ ପାସ୍ ହେଲା ରୁଷ ସାଙ୍କସନ୍ ବିଲ୍
- ଏସିଆ ହକି ଚାମ୍ପିଅନସିପ: ଭାରତ ଆସିବାକୁ ପାକିସ୍ତାନର ନା
- ୭୬ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….

Comments are closed.