ନୂଆପଡା : ସାରା ରାଜ୍ୟରେ ଏବେ ଜାରି ରହିଛି ପ୍ରବଳ ବର୍ଷା । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା ପାଇଁ ନୂଆପଡା ଜିଲ୍ଲାରେ ଏକ ପୋଲ ଭାସି ଯାଇଛି । ସୁନାବେଡା-ଗାଡିବେଡା ମଧ୍ୟରେ ଥିବା ପୋଲ ବର୍ଷା ପାଣିରେ ଭାସି ଯାଇଛି । ପୋଲ ଭାସିଯିବାରୁ ବାହ୍ୟ ଜଗତରୁ ୧୦ଟି ଗାଁ ବିଛିନ୍ନ ହୋଇଛି । ସେହିପରି ଚେରେଚୁଆଁ-ଜାମଗାଁ ଘାଟିର ମୁଖ୍ୟ ରାସ୍ତାରେ ପାହାଡରୁ ମାଟି ଅତଡା ଖସିଛି । ଏହାସହ ପ୍ରବଳ ବର୍ଷା ପାଇଁ ବଡବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ରାସ୍ତା ଦୀର୍ଘ ସମୟ ଯାଏଁ ସଫା ହୋଇନଥିବାରୁ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ଚାଷୀଙ୍କ ଏକର ଏକର ଫସଲ ଏବେ ବର୍ଷା ପାଣିରେ ଭାସୁଛି ।
ଜିଲ୍ଲାରେ ଗୋଟିଏ ପୋଲ ଭାସିଯାଇଥିବା ବେଳେ ଅନ୍ୟ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ପ୍ରବଳ ମାତ୍ରାରେ ବର୍ଷାଜଳ ପ୍ରବାହିତ ହେବାରୁ ଚାରିଆଡେ ଜଳମଗ୍ନ ହୋଇଛି । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ସ୍ପଷ୍ଟ ଲଘୁଚାପର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଆଉ ଲଘୁଚାପ ହେଲେ ସାରା ରାଜ୍ୟରେ ପୁଣି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
BREAKING NEWS
- ରଣଜୀ ଟ୍ରଫି: ସର୍ଭିସେସ ବିପକ୍ଷ ମ୍ୟାଚ୍ ଡ୍ର, ବାତ୍ୟା ଅର୍ଣ୍ଣବ ପ୍ରଭାବିତ ମ୍ୟାଚ୍ରୁ ଓଡ଼ିଶାକୁ ମିଳିଲା ପ୍ରଥମ ପଏଣ୍ଟ
- ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
- ଭୂତ ଘର କିଣିବାକୁ ଏହି ଦେଶରେ ବଢ଼ୁଛି ଆଗ୍ରହ
- ଓଡ଼ିଶାରେ ବର୍ଷକୁ ୬ରୁ ୮ ନିୟୁତ ଟନ୍ ରେଡ୍ ମଡ୍!
- ଦିଲ୍ଲୀ-ବାରାଣସୀ ମଧ୍ୟରେ ଖୁବ୍ଶୀଘ୍ର ଚାଲିବ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍
- ଡେଥ ଓଭର ବୋଲିଂରେ ସୁଧାର ଆଣିଛନ୍ତି ଭାରତୀୟ ବୋଲର
- କର୍ଣ୍ଣାଟକରେ ନଭେମ୍ବର ୧ରୁ ବଢିବ କ୍ଷୀର ଦର, ଲିଟର ପିଛା ହେବ ୮ ଟଙ୍କା
- ୯୦%ରୁ ଅଧିକ କମିଲା କ୍ୟାନସର ଔଷଧର ମୂଲ୍ୟ, ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ …
- School Closed:ବନ୍ୟା ସ୍ଥିତି ପାଇଁ ଆସନ୍ତା ୩୧ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ
- Janhavi Reveals Marriage Plans: ଖୁବଶୀଘ୍ର ମ୍ୟାରେଜ୍ କରିବେ ଜାହ୍ନବି !

Comments are closed.