Latest Odisha News

ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା; ନିର୍ବାଚନୀ ପରାମର୍ଶ ପାଇଁ ନିଅନ୍ତି ୧୦୦ କୋଟିରୁ ଅଧିକ

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ଅକ୍ଟୋବର ୩୧ରେ ବିହାରରେ ଏକ ନିର୍ବାଚନୀ ପ୍ରଚାର ସମୟରେ ଖୁଲାସା କରିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କୁ ନିର୍ବାଚନ ସମ୍ପର୍କୀତ ପରାମର୍ଶ ଦେବାପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରିଥାନ୍ତି।

ବେଲାଗଞ୍ଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶାନ୍ତ କିଶୋର କହିଥିଲେ ଯେ ତାଙ୍କ ଅଭିଯାନ ପାଇଁ ସେ କେଉଁଠାରୁ ଟଙ୍କା ଆଣନ୍ତି ବୋଲି ତାଙ୍କୁ ପ୍ରାୟତଃ ପଚରାଯାଏ। ଏହା ଉତ୍ତରରେ ସେ କହିଥିଲେ, “ଦଶଟି ରାଜ୍ୟର ସରକାର ମୋର ରଣନୀତିରେ କ୍ଷମତାରେ ବସିଛନ୍ତି।  ମୋର ଅଭିଯାନ ପାଇଁ ଟେଣ୍ଟ ଏବଂ ଖୁଣ୍ଟି ସ୍ଥାପନ କରିବାକୁ କଣ ମୋର ଟଙ୍କା ନାହିଁ? ବିହାରରେ ମୋ ପରି ଫିସ୍ କେହି ବି ନେଉ ନ ଥିବେ।” ତେବେ ଏହି କଥା ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​

ସେ ଆହୁରି କହିଛନ୍ତି, “ଯଦି ମୁଁ ନିର୍ବାଚନରେ ​​କାହାକୁ ପରାମର୍ଶ ଦିଏ, ତେବେ ମୋର ଫିସ୍ ୧୦୦ କୋଟି କିମ୍ବା ତାଠାରୁ ଅଧିକ ଥାଏ ଏବଂ କେବଳ ପରାମର୍ଶ ଦେଇ ମୁଁ ଆଗାମୀ ଦୁଇ ବର୍ଷ ପାଇଁ ମୋର ଖର୍ଚ୍ଚ ଉଠାଇ ଦେଇଥାଏ।”

ତେବେ ଜନ ସୁରଜ ବିହାରର ଚାରିଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଦେଇଛି। ବେଲାଗଞ୍ଜରୁ ମହମ୍ମଦ ଅମଜାଦ, ଇମାମଗଞ୍ଜରୁ ଜିତେନ୍ଦ୍ର ପାସୱାନ, ରାମଗଡରୁ ସୁଶୀଲ କୁମାର ସିଂ କୁଶୱା ଏବଂ ତରାରୀରୁ କିରଣ ସିଂ ଦଳର ପ୍ରାର୍ଥୀ ହୋଇଛନ୍ତି। ଉପ-ନିର୍ବାଚନ ୧୩ ନଭେମ୍ବରରେ ହେବାକୁ ଥିବା ବେଳେ ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ।

Comments are closed.