ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଇରାନ ଇସ୍ରାଏଲ ଯୁଦ୍ଧ । ଆଜି ୮ମ ଦିନରେ ପରସ୍ପର ଉପରେ କ୍ଷେପଣାସ୍ତ୍ର, ଡ୍ରୋନ ଏବଂ ଲଢ଼ୁଆ ବିମାନ ସାହାଯ୍ୟରେ ଆକ୍ରମଣ ଆହୁରି ତୀବ୍ର ହୋଇଛି । ଯାହା ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି କରଥିବା ବେଳେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବାକୁ ଯାଉଛି । ଗୋଟେପଟେ ଇସ୍ରାଏଲ ଗାଜାରେ ହମାସ ସହିତ ଯୁଦ୍ଧ ଜାରି ରଖିଥିବା ବେଳେ, ଏହା ଅନ୍ୟ ଏକ ମୋର୍ଚ୍ଚାରେ ଇରାନକୁ ମଧ୍ୟ ମୁକାବିଲା କରୁଛି । ଯାହା ଏବେ ଖାଲି ଏହି ଯୁଦ୍ଧରେ ଯୁଦ୍ଧରେ ଇସ୍ରାଏଲକୁ ବେହାଲ କରୁଛି । ଦୁଇ ଦେଶ ସହିତ ଯୁଦ୍ଧ ମୁକାବିଲା ପାଇଁ ଦୈନିକ ଲକ୍ଷ ଲକ୍ଷ ଡଲାର ସାମରିକ କାର୍ଯ୍ୟାନୁଷ୍ଠାନରେ ଖର୍ଚ୍ଚ କରୁଛି ଇସ୍ରାଏଲ ।
ପ୍ରତିଦିନ ୬୨ ବିଲିୟନ ଟଙ୍କା ଖର୍ଚ୍ଚ !
ଏକ ରିପୋର୍ଟ ଅନୁଯାୟୀ, ଇରାନ ସହିତ ଯୁଦ୍ଧରେ ଇସ୍ରାଏଲକୁ ପ୍ରତିଦିନ ୬୨ ବିଲିୟନ କୋଟି ଅର୍ଥାତ୍ ୬୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇରାନ ବିରୁଦ୍ଧରେ ପ୍ରାରମ୍ଭିକ ସାମରିକ କାର୍ଯ୍ୟାନୁଷ୍ଠାନରେ ଇସ୍ରାଏଲର ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଥିଲା। ଇସ୍ରାଏଲ ଏହି ଅପରେସନର ପ୍ରଥମ ୪୮ ଘଣ୍ଟାରେ ୧୨ ହଜାର ୫୦୦ କୋଟି ଖର୍ଚ୍ଚ କରିଛି । ଦିନ ବିତିବା ସହିତ ଏହି ଖର୍ଚ୍ଚ ବଢ଼ିବାରେ ଲାଗିଛି। ଇରାନ ସହିତ ଏହି ଯୁଦ୍ଧରେ ଇସ୍ରାଏଲ ଏବେ ପ୍ରତିଦିନ ପ୍ରାୟ ୭୨୫ ନିୟୁତ ଡଲାର (୬୨ ବିଲିୟନ ଟଙ୍କା) ସାମରିକ କାର୍ଯ୍ୟରେ ଖର୍ଚ୍ଚ କରୁଛି। ସରକାରୀ ଅର୍ଥନୈତିକ ପରାମର୍ଶଦାତାଙ୍କ ଅନୁଯାୟୀ, ଦେଶ କେବଳ ଜେଟ୍ ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ପାଇଁ ପ୍ରତିଦିନ ପ୍ରାୟ ୩୦୦ ନିୟୁତ ଡଲାର (୨୬ ବିଲିୟନ ଟଙ୍କା) ଖର୍ଚ୍ଚ କରୁଛି।
ଯୁଦ୍ଧ ଯୋଗୁଁ ପ୍ରଭାବିତ ହେଉଛି ଉତ୍ପାଦନ
ଅନ୍ୟପଟେ ଯୁଦ୍ଧ ଯୋଗୁଁ ଦେଶର ଘରୋଇ ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି। ସେହି ସମୟରେ, ସେନା ଉପରେ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି। ରିଜର୍ଭରେ ଥିବା ଲୋକଙ୍କୁ ସେନାରେ ଅନ୍ତର୍ଭୁକ୍ତ କରାଯାଉଛି ଏବଂ ଯୁଦ୍ଧ ମୋର୍ଚ୍ଚାରେ ନିୟୋଜିତ କରାଯାଉଛି। ରିଜର୍ଭ ଲୋକଙ୍କୁ ସେନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଦିନ ୨୭ ନିୟୁତ ଡଲାର (୨ ବିଲିୟନ ୩୩ କୋଟି ଟଙ୍କା) ଖର୍ଚ୍ଚ କରାଯାଉଛି।
ଖର୍ଚ୍ଚର ବୋଝ ବୃଦ୍ଧି କରିଛି ଇଣ୍ଟରସେପ୍ଟର
ଇରାନ କ୍ଷେପଣାସ୍ତ୍ରକୁ ବନ୍ଦ କରିବା ପାଇଁ ବ୍ୟବହୃତ ଇଣ୍ଟରସେପ୍ଟର ପାଇଁ ଇସ୍ରାଏଲକୁ ପ୍ରତିଦିନ ବହୁତ ଖର୍ଚ୍ଚ କରିବାକୁ ପଡୁଛି। ଏହି ଇଣ୍ଟରସେପ୍ଟରଗୁଡ଼ିକ ଇସ୍ରାଏଲର କ୍ଷେପଣାସ୍ତ୍ର ପ୍ରତିରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ପ୍ରତ୍ୟେକ ଆକ୍ରମଣର ଜବାବ ଦେବା ସମୟରେ ଏହା ବହୁତ ଖର୍ଚ୍ଚ କରେ। ଏହା ସହିତ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ବାଲିଷ୍ଟିକ୍ କ୍ଷପଣାସ୍ତ୍ର ପ୍ରୟୋଗ କରି ଇରାନର ଆକ୍ରମଣରେ ଇସ୍ରାଏଲର ସାମରିକ ଘାଟି, କୋଠାଗୁଡ଼ିକ ବହୁତ କ୍ଷତି ସହିଛି। ଏହି କୋଠାଗୁଡ଼ିକର ପୁନଃ ନିର୍ମାଣରେ ଇସ୍ରାଏଲକୁ ମଧ୍ୟ ବହୁତ ଖର୍ଚ୍ଚ କରିବାକୁ ପଡିବ । ଯାହା ଏବେ ଯୁଦ୍ଧ ପାଇଁ ଇସ୍ରାଏଲର ଆର୍ଥିକ ସଙ୍କଟ ସୃଷ୍ଟି କରିବା ନେଇ ଆଶଙ୍କା ।
Comments are closed.