Latest Odisha News

ଶତ୍ରୁ ରକେଟ୍‌ରୁ ଦେଶକୁ ବଞ୍ଚାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛି ଇସ୍ରାଏଲ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତେଲ୍‌ ଅବିବ: ମଧ୍ୟ ପ୍ରାଚ୍ୟ ଏବେ ଯୁଦ୍ଧର ଭୟାଭୟତାରେ କବଳିତ। ଯୁଦ୍ଧର ଧ୍ୱଂସ ଲୀଳାରେ ଶତାଧିକ ଜୀବନ ହାନୀ ହେବାରେ ଲାଗିଛି । ଏହାସହ ଏହି ୟୁଦ୍ଧରେ ହଜାର ହଜାର କୋଟିର ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଉଛି। ସୂଚନା ଯେ, ଇସ୍ରାଏଲ ଏବଂ ପାଲେଷ୍ଟାଇନ ସଂଗଠନ ମଧ୍ୟରେ ଜୋରଦାର ଯୁଦ୍ଧ ଜାରି ରହିଛି । ସେପଟେ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ବିବାଦ ଗତ କିଛି ଦିନ ହେବ ଚରମ ସୀମାରେ ରହିଛି। ଏହି ଯୁଦ୍ଧରେ ଉଭୟ ପକ୍ଷରୁ ରକେଟ୍ ଓ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଛି। କିନ୍ତୁ ଆପଣ ଜାଣନ୍ତି କି ଇସ୍ରାଏଲ ରକେଟ ଉତ୍ କ୍ଷେପଣ କରିବା ସମୟରେ କେତେ ଟଙ୍କା ଖର୍ଚ୍ଚ କରିଥାଏ? ଆଜି ଆମେ ଆପଣଙ୍କୁ କହିବୁ ଇସ୍ରାଏଲ ଏହାର ଗୋଟିଏ ରକେଟ୍‌ରେ କେତେ ଖର୍ଚ୍ଚ କରେ ।

ପାଖାପାଖି ବର୍ଷେ ଧରି ଗାଜାରେ ହମାସ ସହ ଲଢ଼େଇ କରିବା ପରେ ଇସ୍ରାଏଲ ଏବେ ଲେବାନନରେ ହିଜବୁଲ୍ଲା ସହ ଏକ ନୂଆ ମୋର୍ଚ୍ଚା ଖୋଲିଛି। ଅନ୍ୟପକ୍ଷରେ ଲେବାନନରେ ପେଜର ବିସ୍ଫୋରଣ ପରେ ଇସ୍ରାଏଲ ଏବେ ହିଜବୁଲ୍ଲାର ଗଡ଼ ବେରୁତରେ ବୋମା ମାଡ଼ ଆରମ୍ଭ କରିଛି, ଯେଉଁଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଇସ୍ରାଏଲ ଏହି ସମୟରେ ଦ୍ବିତୀୟ ମୋର୍ଚ୍ଚା ଗ୍ରହଣ କରିପାରିବ କି? ଆଜି ଆମେ ଆପଣଙ୍କୁ ଇସ୍ରାଏଲର ସାମରିକ ଶକ୍ତି ବିଷୟରେ କହିବାକୁ ଯାଉଛୁ ।

ଇସ୍ରାଏଲ ସେନା
ଇସ୍ରାଏଲ ପାଖରେ ଅତ୍ୟାଧୁନିକ ସାମରିକ ଉପକରଣ ରହିଛି। ଇସ୍ରାଏଲର ସାମରିକ ଶକ୍ତି ହମାସ ଓ ହିଜବୁଲ୍ଲା ଠାରୁ ଅଧିକ ଶକ୍ତିଶାଳୀ। ଲେବାନନର କେତେକ କ୍ଷେତ୍ରରେ ଇସ୍ରାଏଲକୁ କିଛି ଆଘାତ ଲାଗିଥିଲେ ମଧ୍ୟ ସାମରିକ ଶକ୍ତି ଦୃଷ୍ଟିରୁ ଇସ୍ରାଏଲ ଏବେ ବି ବହୁ ଆଗରେ ରହିଛି।

ସୂଚନାଯୋଗ୍ୟ, ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ୍ ଡୋମ୍’ର ଶକ୍ତି ସମଗ୍ର ବିଶ୍ୱକୁ ଚକିତ କରିଛି। ଆଇରନ୍ ଡୋମ୍ ପ୍ରାୟ ୯୦ ପ୍ରତିଶତ ସଠିକତା ଏବଂ ଆକାଶରେ ଶତ୍ରୁ କ୍ଷେପଣାସ୍ତ୍ର ଚିହ୍ନଟ ଏବଂ ନିପାତ ପାଇଁ ପ୍ରସିଦ୍ଧ । ସୂଚନାଯୋଗ୍ୟ, ୧୯୪୮ ମେ ମାସରେ ଇସ୍ରାଏଲ ପ୍ରତିଷ୍ଠାର ପରଦିନ ପାଲେଷ୍ଟାଇନ୍ ସମେତ ଇଜିପ୍ଟ, ଲେବାନନ୍, ଜୋର୍ଡାନ୍ ଓ ସିରିଆ ଭଳି ଦେଶ ଏହା ଉପରେ ଆକ୍ରମଣ କରିଥିଲେ, ଯାହାର ଇସ୍ରାଏଲ ମଧ୍ୟ ଜବାବ ଦେଇଥିଲା।

ଆଇରନ୍ ଡୋମ୍‌ର ମୂଲ୍ୟ

ମିଳିଥିବା ସୂଚନା ଅନୁଯାୟୀ, ଆକାଶମାର୍ଗରେ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଓ ରକେଟ୍ ମାଡ଼ କରୁଥିବା ଇସ୍ରାଏଲର ସୁରକ୍ଷା ଢାଲ ଆଇରନ୍ ଡୋମ୍ ର ମୂଲ୍ୟ ପାଖାପାଖି ୩ ଲକ୍ଷ କୋଟି ଟଙ୍କା। ସେହିପରି ଏହାର ମାରକ୍ ରେଞ୍ଜ ୨.୫ ମାଇଲରୁ ୪୫ ମାଇଲ ପର୍ଯ୍ୟନ୍ତ ରହିଛି। ଏହାବ୍ୟତୀତ ୨୦୨୧ ମସିହାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ସିକ୍ୟୁରିଟି ଷ୍ଟଡିଜ ଏହି ରିପୋର୍ଟ ସେୟାର କରି କହିଛି ଯେ ଇସ୍ରାଏଲ ପାଖରେ ଥିବା ଇଣ୍ଟରସେପ୍ଟରର ମୂଲ୍ୟ ୧ ଲକ୍ଷ ଡଲାର ହୋଇଥିବା ବେଳେ ଗୋଟିଏ ଇଣ୍ଟରସେପ୍ଟରର ମୂଲ୍ୟ ୫୦ ହଜାର ଡଲାର । ଇଣ୍ଟରସେପ୍ଟର ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ନିପାତ କରିଥାଏ।

ଯଦି ଇସ୍ରାଏଲ ସମସ୍ତ ୫ହଜାର ହମାସ ରକେଟ୍ କୁ ଖସାଇ ଦିଏ, ତେବେ ଏହାର ମୂଲ୍ୟ ୨,୦୭୯ କୋଟି ଟଙ୍କା ହେବ। ଏତଦ୍ ବ୍ୟତୀତ ଯଦି ଆମେ ହମାସର କ୍ଷେପଣାସ୍ତ୍ର ବିଷୟରେ କହିବା ତେବେ ଏଥିରେ କାସେମ୍ ରକେଟ୍ ରହିଛି, ଯାହାର ମୂଲ୍ୟ ୩୦୦ରୁ ୮୦୦ ଡଲାର। ସରଳ ଭାଷାରେ କହିବାକୁ ଗଲେ ହମାସ ଏହାର ଗୋଟିଏ ରକେଟ୍ ନିର୍ମାଣ ପାଇଁ ୨୫ ହଜାରରୁ ୯୦ ହଜାର ଟଙ୍କା ଖର୍ଚ୍ଚ କରିଥାଏ। ସେହି ଅନୁଯାୟୀ ହମାସର କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଇସ୍ରାଏଲ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଇସ୍ରାଏଲ ବିଶେଷଜ୍ଞଙ୍କ ବୟାନ ଅନୁୟାରେ ହମାସ ପ୍ରତି ମିନିଟରେ ପ୍ରାୟ ୧୪୦ଟି କ୍ଷେପଣାସ୍ତ୍ର ଇସ୍ତ୍ରାଏଲ ଆଡ଼କୁ ନିକ୍ଷେପ କରିପାରିବ।

Leave A Reply

Your email address will not be published.