Latest Odisha News

BREAKING NEWS

ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ହିସାବ ଦେଲେ ସରକାର

ଭୁବନେଶ୍ୱର: ଓଡ଼ିଶା ଆଥଲେଟ ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ତାହାର ହିସାବ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦୂତୀଙ୍କୁ ମିଳିଥିବା ସହାୟତା ନେଇ ଆର୍ଥିକ ବିବରଣୀ ଦେଇଛନ୍ତି ।

୨୦୧୮ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ୩ କୋଟିର ଭତ୍ତା ମିଳିଛି । ୨୦୧୫-୧୯ ପର‌୍ୟ୍ୟନ୍ତ ଅଭ୍ୟାସ ଓ ଆର୍ଥିକ ସହାୟତା ପାଇଁ ୩୦ଲକ୍ଷ ଟଙ୍କା ମିଳିଛି । ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ୫୦ଲକ୍ଷ ଟଙ୍କା ଦୁଇଟି କିସ୍ତିରେ ଦିଆଯାଇଛି । ଏହାସହ ଓଏମସିରେ ଗ୍ରୁପ-ଏ ଅଫିସର ଭାବେ ଚାକିରି ମିଳିଛି । ଓଏମସିରେ ଚାକିରି ପାଇଁ ଦୂତି ଚାନ୍ଦ ମାସିକ ୮୪,୬୦୪ ଟଙ୍କା ପାଉଛନ୍ତି । ଟ୍ରେନିଂ ଓ ଆର୍ଥିକ ସହାୟତା ପାଇଁ ଓଏମସି ୨୯ଲକ୍ଷ ଟଙ୍କା ଦେଇଛି । ୨୦୧୫ରୁ ଏଯାବତ ୪ କୋଟି ୯ ଲକ୍ଷ ଟଙ୍କା ଦିଆଯାଇଥିବା କହିଛି ବିଭାଗ।

ସୂଚନା ଅନୁଯାୟୀ, ଦୂତୀ ତାଙ୍କ ବିଏମ୍‌ଡବ୍ଲୁ କାର୍‌କୁ ବିକ୍ରି କରିବା ନେଇ ଫେସ୍‌ବୁକ୍‌ରେ ପୋଷ୍ଟକୁ କରିଥିଲେ। ନିଜର ଟ୍ରେନିଂ ଖର୍ଚ୍ଚ କରିବା ପାଇଁ ସେ କାର୍‌କୁ ବିକ୍ରି କରିବାକୁ ଚାହୁଁଥିଲେ। ଏନେଇ ସୋସିଆଲ୍‌ ମିଡିଆରେ କାର୍‌ ଫଟୋ ଅପଲୋଡ କରିବା ସହିତ ଆଶାୟୀ ଗ୍ରାହକ ତାଙ୍କୁ ମେସେଜ୍ କରିପାରିବେ ବୋଲି ଲେଖିଥିଲେ ଦୂତୀ। ପରେ ଏହାକୁ ଡିଲିଟ୍‌ କରିଦେଇଛନ୍ତି ।  ଏହି ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Leave A Reply

Your email address will not be published.