Latest Odisha News

BREAKING NEWS

ସୁଶାନ୍ତ ସିଂରାଜପୁତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ କରିବାକୁ ଅମିତ ଶାହଙ୍କୁ ନିବେଦନ କଲେ ରେହା ଚକ୍ରବର୍ତ୍ତୀ

ବଲିଉଡ ଅଭିନେତ୍ରୀ ତଥା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରେହା ଚକ୍ରବର୍ତ୍ତୀ ଏହି ଘଟଣାରେ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ସମ୍ମାନନୀୟ ଅମିତ ଶାହ ସାର୍‌, ମୁଁ ସୁଶାନ୍ତ ସିଂ ରାଜପୁତଙ୍କର ଗାର୍ଲ ଫ୍ରେଣ୍ଡ ରେହା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ମାସେ ବିତିଗଲାଣି । ମୋର ସରକାରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ମୁଁ ହାତ ଯୋଡି ନିବେଦନ କରୁଛି ଯେ, ଏହାର ସିବିଆଇ ତଦନ୍ତ କରାଯାଉ । ’

ପୁଣି ଦ୍ୱିତୀୟ ଟ୍ୱିଟରେ ଲେଖିଛନ୍ତି ଯେ, ‘ମୁଁ ହାତ ଯୋଡି ଆପଣଙ୍କୁ ନିବେଦନ କରୁଛି ଏହି ଘଟଣାର ସିବିଆଇ ତଦନ୍ତ ହେଉ । ସୁଶାନ୍ତ କେଉଁ ଚାପରେ ଥିଲେ ଯେ ଏପରି ପଦକ୍ଷେପ ନେଲେ ତାହା ମୁଁ ଜାଣିବାକୁ ଚାହୁଁଛି । ’

ଜୁନ ୧୮ ତାରିଖ ରିଆଙ୍କୁ ବାନ୍ଦ୍ରା ପୋଲିସ ଡାକି ଷ୍ଟେଟମେଣ୍ଟ ରେକର୍ଡ କରିଥିଲା ।

ଗତ ଜୁନ ୧୪ ତାରିଖରେ ସୁଶାନ୍ତ ତାଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନାହିଁ ।

Leave A Reply

Your email address will not be published.