Latest Odisha News

BREAKING NEWS

ପାର୍ବଣ ବେଳେ ବଟି ମାଗିଲେ ବନ୍ଧିବ ପୁଲିସ

ଭୁବନେଶ୍ୱର : ପାର୍ବଣ ବେଳେ ବଟି ମାଗିଲେ ବନ୍ଧା ହେବେ  । ବଟି ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି ଓଡିଶା ପୁଲିସ । ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ ପାର୍ବଣ ଋତୁ ।

ସାରା ରାଜ୍ୟ ପାର୍ବଣ ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ସେହି ସମୟରେ କିଛି ବ୍ୟକ୍ତି ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ବଟି ଆଦାୟ କରିଥାନ୍ତି  । ବଟି ଆଦାୟ ବେଳେ ଜୋର ଜବରଦସ୍ତି ଧମକ ଦେବା ଘଟଣାବି ନଜରକୁ ଆସିଥାଏ ।

ଯଦି କୌଣସି ବ୍ୟକ୍ତି ବଟି ନେବାକୁ ଧମକ ଦିଅନ୍ତି ତେବେ ପୋଲିସ ସହ ଯୋଗାଯୋଗ କରିବାକୁ ଓଡିଶା ପୁଲିସ ଟୁଇଟ୍ କରି ସୂଚନା ଦେଇଛନ୍ତି  । ଯଦି କେହି ବଟି ମାଗୁଛନ୍ତି ତା ହେଲେ ଥାନା ଅଧିକାରୀଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି ଓଡିଶା ପୁଲିସ ।

Leave A Reply

Your email address will not be published.