Latest Odisha News

ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣା : କିପରି ଥିଲା ସୁଟରମାନଙ୍କ ପ୍ଲାନିଂ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ରାତି ପ୍ରାୟ 9 ଟା 30 ସମୟରେ ଗୁଳିକରି ହତ୍ୟା କରାଯାଇଛି। ଏହି ସମୟରେ ସେହି ଅଞ୍ଚଳରେ ଦଶହରା ଅବସରରେ ଏକ ଶୋଭାଯାତ୍ରା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ବାବା ସିଦ୍ଦିକୀ ମୁମ୍ବାଇ ବାନ୍ଦ୍ରା ଇଷ୍ଟରେ ଥିବା ତାଙ୍କ ପୁଅ ଜିସନ ସିଦ୍ଦିକୀଙ୍କ ଅଫିସରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଗୁଳିକାଣ୍ଡ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି।

ଶୋଭାଯାତ୍ରା ଭିତରେ ଲୁଚିଥିଲେ ସୁଟର

ଦଶହରା ଅବସରେ ଆୟୋଜିତ ଶୋଭାଯାତ୍ରାରେ ବାଜା ବାଜୁଥିବା ବେଳେ ବାଣ ମଧ୍ୟ ଫୁଟୁଥିଲା। ଏହି କୋଳାହଳର ସୁଯୋଗ ନେଇଥିଲେ 4 ଜଣ ସୁଟର। ସିଦ୍ଦିକୀଙ୍କୁ ଅପେକ୍ଷା କରି ରହିଥିବା କାର ନିକଟରେ ଏହି ସୁଟର ମାନେ ଅପେକ୍ଷାରେ ରହିଥିଲେ। ସିଦ୍ଦିକୀ ଗାଡ଼ି ପାଖରେ ପହଞ୍ଚି ଗଦି ଭିତରକୁ ଯିବ ସମୟରେ ସେମାନେ କିଛି ଧୂଆଁ ସ୍ପ୍ରେ କରିଥିଲେ । ଏହି ଧୂଆଁକୁ ଅନ୍ୟମାନେ ଶୋଭାଯାତ୍ରାରେ ବ୍ୟବହୃତ ବାଣ ଧୂଆଁ ବୋଲି ଭାବିଥିଲେ। ଏହି ସମୟରେ ସୁଟର ମାନେ ସିଦ୍ଦିକୀଙ୍କୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ 25 କୋଟି ଟଙ୍କା ନେଇଥିବା ଜାଣିବାକୁ ମିଳିଛି।

ବାବା ସିଦ୍ଦିକୀଙ୍କୁ ଗୁଳି କରିଥିବା 3 ଜଣ ସୁଟରଙ୍କ ମଧ୍ୟରୁ ଗୁରମେଲ ସିଂହର ଘର ହରିୟାନାର ନାରଦରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଉତ୍ତର ପ୍ରଦେଶର ବହରିଚ ବୋଲି ସୂଚନା ମିଳିଛି। ଗୁରୁମେଲ ଏବଂ ନାବାଳକ କୁହାଯାଉଥିବା ଦ୍ଵିତୀୟ ସୁଟରକୁ ଗିରଫ କରାଯାଇଛି। ସେହିପରି ତୃତୀୟ ସୁଟର ଫେରାର ଥିବାବେଳେ ଚତୁର୍ଥ ସୁଟର ପୁନେରୁ ଗିରଫ ହୋଇଛି।

Leave A Reply

Your email address will not be published.