Latest Odisha News

BREAKING NEWS

ଆଇପିଏଲ: ଦିଲ୍ଲୀ-ବାଙ୍ଗାଲୋର ପ୍ରଥମ ଏବଂ ମୁମ୍ବାଇ ୫ମ ଟାଇଟଲ ଲକ୍ଷ୍ୟରେ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ଅନ୍ତିମ ପର୍ଯ୍ୟାୟରେ ପହଂଚିଯାଇଛି । ସମସ୍ତ ଲିଗ୍ ମ୍ୟାଚ ଖେଳାଯିବା ପରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫରେ ପ୍ରବେଶ କରିଛି । ଦିଲ୍ଲୀ ଓ ବାଙ୍ଗାଲୋର ପ୍ରଥମ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୫ମ ଟାଇଟଲ ଲକ୍ଷ୍ୟରେ ରହିବେ ।

ପ୍ଲେ ଅଫ କାର୍ଯ୍ୟସୂଚୀ
୫ ନଭେମ୍ବର: କ୍ୱାଲିଫାୟର ୧-ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ଦୁବାଇ, ସନ୍ଧ୍ୟା ୭ଟା୩୦)
୬ ନଭେମ୍ବର: ଏଲିମିନେଟର-ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆବୁଧାବି, ସନ୍ଧ୍ୟା ୭ଟା୩୦)
୮ ନଭେମ୍ବର: କ୍ୱାଲିଫାୟର ୨- କ୍ୱାଲିଫାୟର ୧ ରେ ହାରିଥିବା ଦଳ ବନାମ ଏଲିମିନେଟର ବିଜେତା (ଆବୁଧାବି, ସନ୍ଧ୍ୟା ୭ଟା୩୦)
୧୦ ନଭେମ୍ବର: ଫାଇନାଲ (ଦୁବାଇ, ସନ୍ଧ୍ୟା ୭ଟା ୩୦) ।

କ୍ରମାଗତ ୨ୟ ଟାଇଟଲ ଲକ୍ଷ୍ୟରେ ମୁମ୍ବାଇ: ଆଇପିଏଲର କ୍ରମାଗତ ଦ୍ୱିତୀୟ ଥର ପାଇର୍ ଟାଇଟଲ ହାସଲର ସୁଯୋଗ ମୁମ୍ବାଇ ନିକଟରେ ରହିଛି । ଚଳିତ ସଂସ୍କରଣରେ ଭଲ ଫର୍ମରେ ମୁମ୍ବାଇ ରହିଛି । ବ୍ୟାଟ୍ସମ୍ୟାନ କ୍ୱିଂଟନ ଡିକକ୍‌, ଈଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଅଛନ୍ତି । ବୋଲରମାନେ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଛନ୍ତି ।
ଦ୍ୱିତୀୟ ଥର ପ୍ଲେ ଅଫରେ ପହଂଚିଲ ଦିଲ୍ଲୀ: ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ପ୍ଲେ ଅଫରେ ପହଂଚିଛି । ଶିଖର ଧାୱନ, ଅଜିଙ୍କ୍ୟ ରାହାନେ ଓ ରବିଚନ୍ଦ୍ରନ ଅଶ୍ୱିନ ଦଳରେ ସାମିଲ ହେବା ପରଠାର ପ୍ରଦର୍ଶନ ସ୍ତର ସୁଧୁରିଛି । ଏନରିଚ ନୋର୍ତେଜଙ୍କୁ କ୍ରିସ ୱକ୍ସଙ୍କ ବଦଳରେ ସ୍ଥାନ ଦେବା ଦଳକୁ ଫାଇଦାରେ ରଖିଛି ।

ହାଇଦ୍ରାବାଦ ଲଗାତାର ୫ମ ଥର ପ୍ଲେ ଅଫରେ: ୨୦୧୬ ପରଠାରୁ ସନରାଇଜର୍ସ ହାଇଦ୍ରାବାଦ ଲଗାତାର ୫ମ ଥର ପାଇଁ ପ୍ଲେ ଅଫରେ ପ୍ରବେଶ କରିଛି ।୨୦୦୯, ୨୦୧୬ ବିଜେତା ହାଇଦ୍ରାବାଦ ଏଥର ଆରମ୍ଭରୁ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ଶେଷରେ ଚମତ୍କାର ପ୍ରତ୍ୟାବର୍ତନ କରିଥିଲା । ଡେଭିଡ ୱାର୍ଣ୍ଣର, ମନୀଷ ପାଣ୍ଡେ ବ୍ୟାଟିଂରେ ଏବଂ ରଶିଦ ଖାଁ, ସନ୍ଦୀପ ଶର୍ମା ଓ ଟି.ନଟରାଜନ ବୋଲିଂରେ ଦଳକୁ ବିଜୟୀ କରାଇଛନ୍ତି । ମିଚେଲ ମାର୍ଶଙ୍କ ବଦଳରେ ସ୍ଥାନ ପାଇଥିବା ଜାସନ ହୋଲ୍ଡର ୫ ମ୍ୟାଚରେ ୧୦ ଉଇକେଟ ନେଇ ସାରିଛନ୍ତି ।
୨୦୧୬ ପରେ ପ୍ଲେ ଅଫରେ ପ୍ରଥମ ଥର ପହଂଚିଲା ବାଙ୍ଗାଲୋର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୧୬ ପରେ ପୁନର୍ବାର ପ୍ଲେ ଅଫରେ ପ୍ରବେଶ କରିଛି । ପୂର୍ବରୁ ୨୦୦୯, ୨୦୧୧, ୨୦୧୫ ଓ ୨-୦୧୬ରେ ପ୍ଲେ ଅଫରେ ପ୍ରବେଶ କରିଥିଲା । ଦେବଦତ ପାଡିକ୍କଲ ଓ ୟୁଜଭେନ୍ଦ୍ର ଚହଲ ପ୍ରଦର୍ଶନ ମାଧ୍ୟମରେ ଦଳରେ ବଡ ବଡ ଖେଳାଳିଙ୍କୁ ମାତ୍ ଦେଇଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ଟାଇଟଲ ଜିତିବା ସୁବର୍ଣ୍ଣ ସୁଯୋଗ ଦଳ ନିକଟରେ ରହିଛି । ଏବି ଡିଭିଲର୍ସ ଦଳର ଟ୍ରମ୍ପ କାର୍ଡ ହେବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.